Breaking PLUSଓଡ଼ିଶାମୁଖ୍ୟ ଖବର

ବିଷ ପିଇ ଜୀବନ ହାରିଲେ ଚାଷୀ

ବଲାଙ୍ଗିର, 15 ନଭେମ୍ବର – ପୁଣି ବିଷ ପିଇ ଜୀବନ ହାରିଲେ ଚାଷୀ । ଫସଲ ହାନୀ ଯୋଗୁ ଚାଷୀ ନେଲେ ଚରମ ନିଷ୍ପତ୍ତି । ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକର ବୁବେଲ ଗାଁର ଚାଷୀ ରମେଶ ଭୋଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଗତକାଲି ବିଲରେ ବିଷପାନ କରିଥିବା ବେଳେ ତାଙ୍କୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଚଳିତ ବର୍ଷ ସେ 10 ଏକର ଜମିରେ ଚାଷ କରିଥିଲେ । ଜମିରେ ଚକଡା ପୋକ ହୋଇ 5 ଏକରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଯାଇଥିଲା । ଧାର ଉଧାର କରି ଚାଷ କରିଥିବା ବେଳେ ଚିନ୍ତାଗସ୍ତ ହୋଇ ସେ ଜୀବନ ହାରିଛନ୍ତି ।

Show More

Related Articles

Back to top button