ଦେଶ ବିଦେଶମନୋରଞ୍ଜନ

ଗାୟିକା ଆଶା ଭୋସଲେ ପାଇବେ ମହାରାଷ୍ଟ୍ର ସରକାରଙ୍କ ସର୍ବୋଚ୍ଚ ସମ୍ମାନ

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ‘ମହାରାଷ୍ଟ୍ର ଭୂଷଣ’ ଲାଗି ମନୋନୀତ କରାଯାଇଛି। ମହାରାଷ୍ଟ୍ର ସରକାର ଗୁରବାର ଏହି ସୂଚନା ଦେଇଛନ୍ତି

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨୦୨୦ ବର୍ଷ ନିମନ୍ତେ ପୁରସ୍କାର ଲାଗି ଆଶାଙ୍କୁ ମନୋନୀତ କରିଛନ୍ତି। ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ କୃତିକୁ ମାନ୍ୟତା ଦେବାକୁ ମହାରାଷ୍ଟ୍ର ସରକାର ୧୯୯୬ ମସିହାରେ ଏହି ପୁରସ୍କାରର ସ୍ଥାପନା କରିଥିଲେ।ପୁରସ୍କାର ଭାବେ ନଗଦ ୧୦ଲକ୍ଷ ଟଙ୍କା, ସ୍ମୃତି ଫଳକ ଓ ମାନପତ୍ର ସହ ଆଶାଙ୍କୁ ସମ୍ବର୍ଦ୍ଧିତ କରାଯିବ। ୧୯୯୭ ମସିହାରେ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ଆଶାଙ୍କ ଭଉଣୀ ଲତା ମଙ୍ଗେସକର ଏହି ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ। ୨୦୨୦ ବର୍ଷ ଲାଗି ଏହି ପୁରସ୍କାର ନିମନ୍ତେ ମୋତେ ଚୟନ କରାଯାଇଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ଠାରୁ ଜାଣିବାକୁ ପାଇଥିବା ଆଶା କହିଛନ୍ତି। ଏଥିଲାଗି ତାଙ୍କୁ ଚୟନ କରାଯାଇଥିବାରୁ ମନୋନୟନ କମିଟିକୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ମହାରାଷ୍ଟ୍ରର ଲୋକଙ୍କଠୁ ମୋତେ ବହୁତ ଭଲପାଇବା ମିଳିଛି। ଏପରିକି ଲୋକେ ସେମାନଙ୍କ ପରିବାର ସଦସ୍ୟ ଭଳି ଆମକୁ ଭାବନ୍ତି ବୋଲି ଆଶା କହିଛନ୍ତି। ମହାରାଷ୍ଟ୍ରର ସଙ୍ଗଲୀ ଜିଲ୍ଲାରେ ୩ ସେପ୍ଟେମ୍ବର ୧୯୩୩ରେ ଜନ୍ମିତ ଆଶା ଭୋସଲେ ତାଙ୍କ ପିତା ତଥା ପ୍ରଖ୍ୟାତ ମରାଠୀ ମଞ୍ଚ ଅଭିନେତା ଓ ଗାୟକ ଦିନାନାଥ ମଙ୍ଗେସ୍କରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସଙ୍ଗୀତ ଜଗତକୁ ଆସିଥିଲେ। ୧୯୪୪ ରେ ଏକ ମରାଠି ଚଳଚିତ୍ର ଲାଗି ଗୀତ ଗାଇବା ପରଠାରୁ ସେ ବିଭିନ୍ନ ଭାରତୀୟ ଭାଷାରେ ହଜାର ହଜାର ଗୀତ ଗାଇଛନ୍ତି।

Show More

Related Articles

Back to top button