ଦେଶ ବିଦେଶରାଜନୀତି

ପଶ୍ଚିମବଙ୍ଗ ଓ ଆସାମ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ

୨୭ ମାର୍ଚ୍ଚରେ ହେବ ଭୋଟ

ପଶ୍ଚିମବଙ୍ଗର ୩୦ ଓ ଆସାମର ୪୭ ବିଧାନସଭା ଆସନ ଲାଗି ଗୁରୁବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏହି ସବୁ ଆସନରେ ମାର୍ଚ୍ଚ ୨୭ ତାରିଖ ଦିନ ଭୋଟ ହେବ। ବେଙ୍ଗଲର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଦିବାସୀ ବହୁଳ ଅଞ୍ଚଳ ପୁରୁଲିଆ, ବାଙ୍କୁରା, ଝାରଗ୍ରାମ, ପୂର୍ବମେଦିନା ପୁର(ଭାଗ-୧) ଓ ପୂର୍ବ ମେଦିନାପୁର (ଭାଗ-୨) ଜିଲ୍ଲାମାନଙ୍କରେ ଭୋଟ ହେବ।ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟରେ ଯେଉଁ ସବୁ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ ଏକଦା ଏହି ସବୁ ସ୍ଥାନ ବାମପନ୍ଥୀଙ୍କ ଗଡ଼ ଥିଲା। ତେବେ ମମତାଙ୍କ ତୃଣମୂଳ କଂଗ୍ରେସ ଏହି ଗଡ ଭାଙ୍ଗିଥିବା ବେଳେ ଏଠାରେ ଏବେ ବିଜେପି ଶାସକ ଦଳଙ୍କୁ ସାମ୍ନାସାମ୍ନି ଟକ୍କର ଦେଉଛି। ଏହି ସବୁ ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରଧାମନ୍ତ୍ରୀ ମଧ୍ୟ ପ୍ରଚାର କରିଛନ୍ତି।

ସେପଟେ ଆସାମରେ ବିଜେପି ଦ୍ୱିତୀୟବାର ସରକାର ଗଢିବା ଲାଗି ଉଦ୍ୟମ ଚଳାଇଛି। ଏଥିଲାଗି ବିଜେପି ଏଠାରେ ଆସାମ ଗଣପରିଷଦ(ଏଜିପି) ଓ ୟୁନାଇଟେଡ ପ୍ୟୁପିଲସ୍‌ ପାର୍ଟି ଲିବରାଲ (ୟୁପିପିଏଲ) ସହ ମେଣ୍ଟ କରି ନିର୍ବାଚନ ଲଢୁଛି। ରାଜ୍ୟରେ ବିଜେପିକୁ ପୁଣି କ୍ଷମତାକୁ ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ମଧ୍ୟ ଏଠାରେ ପ୍ରଚାର କରିଛନ୍ତି।ତେବେ ପ୍ରଥମପର୍ଯ୍ୟାୟ ଭୋଟ ଲାଗି ନିର୍ବାଚନ ପ୍ରଚାର ଶେଷ ହୋଇଥିବା ବେଳେ ଅନ୍ୟପଟେ ଭୋଟ ଗ୍ରହଣ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ମତଦାନ କର୍ମଚାରୀ ଇଭିଏମ୍‌ ସହ ଭୋଟ କେନ୍ଦ୍ରକୁ ବାହାରିବେ। ପ୍ରଥମପର୍ଯ୍ୟାୟ ମତଦାନ ଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Show More

Related Articles

Back to top button