ଦେଶବଲିଉଡବ୍ୟକ୍ତିତ୍ୱ
ଆଉ ନାହାଁନ୍ତି ପ୍ରଖ୍ୟାତ ବଲିଉଡ ନିର୍ଦ୍ଦେଶକ ଇସ୍ମାଇଲ ଶ୍ରଫ

ଆଉ ନାହାଁନ୍ତି ପ୍ରଖ୍ୟାତ ବଲିଉଡ ନିର୍ଦ୍ଦେଶକ ଇସ୍ମାଇଲ ଶ୍ରଫ । କୋକିଲାବେନ ଧୀରୁଭାଈ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବହୁଦିନ ଧରି ରୋଗଗ୍ରସ୍ତ ଅବସ୍ଥାରେ ରହିଥିଲେ ସେ । ଏହି ଖବର ମନୋରଞ୍ଜନ ଦୁନିଆରେ ଶୋକର ଲହରୀ ଖେଳାଇ ଦେଇଛି ।
ଗୋବିନ୍ଦାଙ୍କ ଡେବ୍ୟୁ ଫିଲ୍ମ ‘ଲଭ୍ ୮୬’ରେ ଶ୍ରଫ ନିର୍ଦ୍ଦେଶନା ଦେଇଥିଲେ । ଏହି ଅବସରରେ ଗୋବିନ୍ଦା କହିଛନ୍ତି, ସେ ଜଣେ ଏପରି ବ୍ୟକ୍ତି ଥିଲେ ଯିଏ କି ମୋତେ ବୁଝି ପାରିଥିଲେ । ଶ୍ରଫଙ୍କ ସହିତ ମୁଁ ମୋର କ୍ୟାରିୟରର ଶୁଭାରମ୍ଭ କରିଥିଲି । ମୋତେ ଗୋବିନ୍ଦା ବନାଇବା କ୍ଷେତ୍ରରେ ତାଙ୍କର ବହୁତ ବଡ଼ ଭୂମିକା ରହିଥିଲା ।
ଅହିସ୍ତା, ବୁଲନ୍ଦୀ, ଥୋଡ଼ି ସି ବେବଫାଇ, ସୂର୍ଯ୍ୟା ଆଦି ଫିଲ୍ମରେ ତାଙ୍କର ଅବଦାନ ଅତୁଳନୀୟ ।