Breaking PLUSଓଡ଼ିଶାମୁଖ୍ୟ ଖବର

ପରିବାର କଲ୍ୟାଣ ନିର୍ଦ୍ଦେଶକ: କେନ୍ଦ୍ରରୁ ଟିକା ଆସିଛି, ଗୁରୁବାର ରାତିରେ ସବୁ ଜିଲ୍ଲାକୁ ପଠାଯିବ

ରାଜ୍ୟରେ ଏବେ ତିନି ପ୍ରକାର ଟିକା କରଣ ପ୍ରକ୍ରିୟା ଜାରି ରହିଛି। ଆଜି ବିଭିନ୍ନ ଜିଲାରେ କୋଭିସିଲଡ଼ ମାତ୍ର ୬୦ ହଜାର ଟିକା ଥିଲା ।

ବୁଧବାର ରାତିରେ କେନ୍ଦ୍ରରୁ ୩ ଲକ୍ଷ ଓ ଗୁରୁବାର ସକାଳେ ୪.୮ ଲକ୍ଷ କୋଭିସିଲଡ଼ ଟିକା ଆସି ପହଞ୍ଚିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଆମ ପାଖରେ ୭ ଲକ୍ଷ ୮୦ ହଜାର ଟିକା ମହଜୁଦ ରହିଛି। ବିଭିନ୍ନ ଜିଲ୍ଲାରୁ ଆଜି ଭ୍ୟାକସିନ ଭ୍ୟାନ ଆସିଗଲାଣି । ଆଜି ରାତି ସୁଧା ସବୁ ଜିଲ୍ଲାକୁ ଟିକା ପଠାଯିବ । ଯାହାଫଳରେ ଶୁକ୍ରବାରଠୁ ସାରା ରାଜ୍ୟରେ ସ୍ୱାଭାବିକ ଟିକାକରଣ ହେବ ।

ସେହିପରି କର୍ବିଭାକ୍ସ ଟିକା ଯାହାକି ୧୨ ରୁ ୧୪ ବର୍ଷ ବର୍ଗଙ୍କୁ ଦିଆଯାଉଛି। ଏହାର ପ୍ରଥମ ଡୋଜ ୯୯.୮ ପ୍ରତିଶତ ନେଇ ସାରିଛନ୍ତି। ବାକି ଦ୍ୱିତୀୟ ଡୋଜ ଟିକା କରଣ ମଧ୍ୟ ଚାଲିଛି । ଆଜି ୧୫୦୦ ସରକାରୀ କେନ୍ଦ୍ରରେ ଟିକା ଦାନ ଚାଲିଛି। ଯେହେତୁ ଆଜି ଟିକା ନାହିଁ ତେଣୁ କମ୍ ଟିକା କରଣ କେନ୍ଦ୍ର ଖୋଲା ଯାଇଛି। ଆସନ୍ତାକାଲି ଠାରୁ ୨୫୦୦ ରୁ ୩୦୦୦ କେନ୍ଦ୍ରରେ ଟିକା ଦିଆଯିବ।

Show More

Related Articles

Back to top button