ଦେଶ ବିଦେଶ

ପାକିସ୍ତାନରେ ବିସ୍ଫୋରଣ

ଆତ୍ମଘାତୀ ବିସ୍ଫୋରଣର ଶିକାର ହୋଇଛି ପାକିସ୍ତାନ । ଏହି ବିସ୍ଫୋରଣ ବେଲୁଚିସ୍ତାନର ରାଜଧାନୀ କୁଏଟ୍ଟାଠାରୁ ପ୍ରାୟ ୨୫କିଲୋମିଟର ଦୂରରେ ଥିବା କୁଏଟ୍ଟା-ମାସ୍ତୁଙ୍ଗ ରୋଡର ପାରାମିଲିଟାରୀ ଫ୍ରଣ୍ଟିଅର୍ କର୍ପସ ଦ୍ୱାରା ପରିଚାଳିତ ଏକ ଚେକପଏଣ୍ଟରେ ଘଟିଛି । ଯେଉଁଥିରେ ୩ଜଣ ପ୍ରାଣ ହରାଇଥିବାବେଳେ ୨୦ଜଣ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ପାକିସ୍ତାନର କୁଏଟ୍ଟାରେ ମୋଟର ସାଇକେଲରେ ଆସି ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରଣ କରିଥିଲେ ।  ଏହି ଆକ୍ରମଣ ପାଇଁ ପାକିସ୍ତାନର ତେହେରିକ-ଇ-ତାଲିବାନ (ଟିଟିପି) ନିଜକୁ ଦାୟୀ କରିଛି ।

ପୁଲିସ କହିଛି ଯେ, ଆତ୍ମଘାତୀ ବିସ୍ଫୋରଣକାରୀ ତାଙ୍କ ମୋଟରସାଇକେଲକୁ ଚେକପୋଷ୍ଟରେ ଥିବା ଆଇନ ପ୍ରଣୟନକାରୀ ସଂସ୍ଥାର ଗାଡି ଉପରେ ଚଢ଼ାଇ ଦେଇଥିଲେ । ଏହି ଆକ୍ରମଣରେ ତିନିଜଣ ପାରାମିଲିଟାରୀ ଗାର୍ଡଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଉପରେ ଟୁଇଟ କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୃତ ଗାର୍ଡଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଆହତଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।

Show More

Related Articles

Back to top button