Breaking PLUSଦେଶ ବିଦେଶ

କାବୁଲ ବିମାନବନ୍ଦରରେ ବିସ୍ଫୋରଣ

୯୦ ଆଫଗାନିଙ୍କ ସହ ୧୩ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ

ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଲଗାତାର ବିସ୍ଫୋରଣ ଫଳରେ ୯୦ ଜଣ ଆଫଗାନିସ୍ତାନ ଏବଂ ୧୩ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ଯାହା ଏବେ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୧୦୦ରୁ ଅଧିକ ପ୍ରାଣ ହାନି ହୋଇଥିବା ରିପୋର୍ଟ ଆସୁଛି। ଏହି ଆକ୍ରମଣରେ ଆହୁରି ୧୫ ଜଣ ଆମେରିକୀୟ ସୈନ୍ୟ ଏବଂ ୧୫୦ ରୁ ଅଧିକ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ଭାରତ ସମେତ ଅନ୍ତର୍ଜାତୀୟ ସମୁଦାୟ ଏହି ଆକ୍ରମଣକୁ ଘୋର ନିନ୍ଦା କରିଛନ୍ତି।

Show More

Related Articles

Back to top button