ଓଡ଼ିଶାଦୁର୍ଘଟଣା

ଫାଟିଲା ନାଇଟ୍ରୋଜେନ୍ ଗ୍ୟାସ୍ ସିଲିଣ୍ଡର,୩ ଶ୍ରମିକ ଗୁରୁତର

ବଲାଙ୍ଗିର : ଫାଟିଲା ନାଇଟ୍ରୋଜେନ୍ ଗ୍ୟାସ୍ ସିଲିଣ୍ଡର । ୩ ଶ୍ରମିକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଭୂତିଆରବାହାଲ ଗାଁରେ। ସମସ୍ତ ଆହତ ଶ୍ରମିକମାନଙ୍କୁ ମଧ୍ୟରୁ ଦୁଇଜଣଙ୍କ ମଧ୍ୟରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବାବେଳେ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ତେବେ  ଆହତ ୩ ଜଣ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗରେ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ,  ଆଜି ସକାଳେ ଭୂତିଆରବାହାଲ ଗାଁରେ ଥିବା ଏକ କ୍ରସରରେ ଶ୍ରମିକମାନେ କାମ କରୁଥିବା ସମୟରେ ସେଠାରେ ଥିବା କମ୍ପ୍ରେସର ମେସିନ୍‌ରେ ଏହି ୩ଜଣ ଶ୍ରମିକ ନାଇଟ୍ରୋଜେନ୍ ଗ୍ୟାସ ଭର୍ତ୍ତି କରୁଥିଲେ । ହଠାତ୍ ନାଇଟ୍ରୋଜେନ୍ ସିଲିଣ୍ଡରଟି ବ୍ଲାଷ୍ଟ ହୋଇଥିଲା। ଏଥିରେ ୩ ଜଣ ଶ୍ରମିକ ପୋଡ଼ି ଯାଇଥିଲେ। ସେଠାରେ ଅନେକ ଶ୍ରମିକ ମଧ୍ୟ କାମ କରୁଥିଲେ। କିନ୍ତ୍ ଅନ୍ୟ କାହାର କିଛି କ୍ଷତି ହୋଇନାହିଁ ।

 

Show More

Related Articles

Back to top button