ବାଣିଜ୍ୟ

ସେୟାର ବଜାରରେ ଉତ୍ସାହ

ସବୁଜ ସଙ୍କେତରେ ଖୋଲିଲା ସେନସେକ୍ସ ଓ ନିଫ୍ଟି

ଭାରତୀୟ ସେୟାର ବଜାର ଲଗାତର ତିନି ଦିନ ଧରି ଭଲ କାରବାର କରୁଛି । ସୋମବାର ସପ୍ତାହର ପ୍ରଥମ ଦିନରେ ଘରୋଇ ମାର୍କେଟ୍ ସବୁଜ ରଙ୍ଗରେ ଖୋଲିଛି । ସେନସେକ୍ସ ପ୍ରାୟ ୨୦୦ ଅଙ୍କ ବୃଦ୍ଧି ପାଇ ୫୭୭୭୮୦ରେ ଖୋଲିଥିଲା । ସେହିପରି ନିଫ୍ଟି ୬୦ ଅଙ୍କ ବଢି ୧୭୨୦୦ ଉପରେ ଟ୍ରେଣ୍ଡ୍ କରୁଛି ।

ନିଫ୍ଟିରେ ଏମ ଆଣ୍ଡ୍ ଏମ, ସିପଲା, ହିଣ୍ଡାଲକୋ, ଟାଟା ଷ୍ଟିଲ୍ ଓ ପାଓ୍ୱାର ଗ୍ରିଡ୍ କର୍ପ ଭଲ କାରବାର କରୁଛି । ସେହିପରି ସନ୍ ଫାର୍ମା, ବ୍ରିଟାନିଆ ଇଣ୍ଡଷ୍ଟି, ଟିସିଏସ, ଟେକ୍ ମହିନ୍ଦ୍ରା ଓ ହୁଲ୍ ଲାଲ ରଙ୍ଗରେ କାରବାର କରୁଛନ୍ତି । ଆଜି ଅଟୋ ବଜାର ଭଲ କାରବାର କରିପାରେ । ନିବେଶକ ଅଟୋ ସେୟାର କ୍ରୟ କରୁଥିବା ଦେଖିବାକୁ ମିଳୁଛି ।

ଅଶୋଧିତ ତୈଳ

ଅଶୋଧିତ ତୈଳର ଦାମରେ ସୋମବାର ବଡ ହ୍ରାସ ପରିଲକ୍ଷିତ ହୋଇଛି । ଅଶୋଧିତ ତୈଳ ୧୦୨ ଡଲାର ପାଖାପାଖି ଟ୍ରେଣ୍ଡ୍ କରୁଛି । ଦୁଇ ଦିନ ପୂର୍ବରୁ ଦାମ୍ ୧୦୭ ଡଲାର ଥିଲା । ଓପେକ୍ ବୈଠକ ପରେ ଦାମ୍ କମିଚାଲିଛି ।

ଅଟୋ ସେକ୍ଟର

ଅଟୋ ସେକ୍ଟରରେ ଆଜି ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଆଜି ଅଟୋ ସେଲ୍ସର ସଂଖ୍ୟା ସାମ୍ନାକୁ ଆସିବ । ଭଲ ବିକ୍ରି ସହ ବୁକିଂ ବଢିଥିବାରୁ ଏହାର ପ୍ରଭାବ ସେୟାର ବଜାରରେ ପଡିଛି । ମାରୁତି, ମହିନ୍ଦ୍ରା, ଟାଟା, ହିରୋ ଭଳି କମ୍ପାନୀରର ଷ୍ଟକ୍ସର ଦାମ୍ ବଢିଛି । ବିଶେଷଜ୍ଞ ଏହି ଷ୍ଟକ୍ସରେ ନିବେଶ କରିବାକୁ ପରାମର୍ଶ ଦେଉଛନ୍ତି ।

Show More

Related Articles

Back to top button