ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ପ୍ରତିଦିନ ଉଷୁମ ପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର

ହୃଦଘାତ ଆଶଙ୍କା କମିଥିବା ସହ ମୁଣ୍ଡବିନ୍ଧାରୁ ମୁକ୍ତି ମଧ୍ୟ ମିଳିଥାଏ

ଅନେକ ଲୋକ ଗରମ ପାଣିରେ ଗାଧୋଇବାକୁ ଭଲପାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ହିତକର। ଉଷୁମ ପାଣିରେ ଗାଧୋଈବାର ଅନେକ ଫାଇଦା ଅଛି। ନିୟମିତ ଉଷୁମ ପାଣିରେ ଗାଧୋଇଲେ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ଅନୁଭୂତ ହୋଇଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ନିୟମିତ ଉଷୁମ ପାଣିରେ ଗାଧୋଇଲେ ହୃଦୟ ସୁସ୍ଥ ରହେ ଏବଂ ହୃଦଘାତ ଆଶଙ୍କା ମଧ୍ୟ କମ ଥାଏ। ଅନଲାଇନ ଜର୍ନାଲ ହାର୍ଟରେ ଏହା ପ୍ରକାଶ ପାଇଛି। ୪୫ ରୁ ୫୦ ବର୍ଷ ବୟସ ୬୧ ହଜାର ବ୍ୟକ୍ତିଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲା। ପ୍ରତିଭାଗୀଙ୍କୁ ସେମାନଙ୍କ ଗାଧୋଇବା ଅଭ୍ୟାସ ଓ ଜୀବନଶୈଳୀ ଆଧାରରେ ପ୍ରଶ୍ନ କରାଯାଇଥିଲା ଓ ଉତ୍ତର ଦେବାକୁ କୁହାଯାଇଥିଲା। ଏଥିରେ ବ୍ୟାୟାମ, ଆହାର, ମଦ ସେବନ, ଓଜନ, ନିଦ, ମେଡିକାଲ ହିଷ୍ଟ୍ରୀ ଓ ବର୍ତ୍ତମାନ ବ୍ୟବହାର ହେଉଥିବା ଔଷଧ ସାମିଲ ଥିଲା।ଡାଟା ବିଶ୍ଳେଷଣରୁ ସ୍ପଷ୍ଟ ହୋଇଥିଲା ଯେ ସପ୍ତାହକୁ ଥରେ କିମ୍ବା ଦୁଇଥର ଉଷୁମ ପାଣିରେ ଗାଧୋଉଥିବା କିମ୍ବା ଜମା ଉଷୁମ ପାଣିରେ ଗାଧୋଉନଥିବା ଲୋକଙ୍କ ତୁଳନାରେ ଯେଉଁମାନେ ପ୍ରତିଦିନ ଉଷୁମ ପାଣିରେ ଗାଧୋଉଛନ୍ତି ସେମାନଙ୍କ ଠାରେ ହୃଦୟ ରୋଗ ଆଶଙ୍କା ୨୮ ପ୍ରତିଶତ ଓ ହୃଦଘାତ ଆଶଙ୍କା ୨୬ ପ୍ରତିଶତ କମ ରହିଥିଲା। ହୃଦୟ ସୁସ୍ଥ ରହିବା ସହ ଉଷୁମ ପାଣିରେ ଗାଧୋଇବାର ଆହୁରି ଅନେକ ଲାଭ ଅଛି।

କମ କରିଥାଏ ସୁଗାର ଲେଭଲ – ବିଶେଷଜ୍ଞଙ୍କ କହିବାନୁଯାୟୀ, ଉଷୁମ ପାଣିରେ ଗାଧୋଇଲେ ଶରୀରରେ ଶର୍କରା ସ୍ଥର କମ ହୋଇଥାଏ ଯାହାଫଳରେ ମଧୁମେହ ରୋଗ ହେବାର ଆଶଙ୍କା କମ ହୋଇଥାଏ।

ମାଂସପେଶୀ ଯନ୍ତ୍ରଣା କମ କରିଥାଏ – ଉଷୁମ ପାଣିରେ ଗାଧୋଇଲେ ମାଂସପେଶୀ ଯନ୍ତ୍ରଣା କମ ହୋଇଥାଏ ଓ ଆରାମ ମିଳିଥାଏ। ମାଂସପେଶୀର ନମନୀୟତାରେ ସୁଧାର ଆସେ ଏବଂ ଫୁଲିଯାଇଥିବା ମାଂସପେଶୀ ଭଲ ହୋଇଥାଏ।

ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ – ଗରମ ପାଣି ବା ଉଷୁମ ପାଣି ଭର୍ତ୍ତି ବାଥଟବରେ ବସିପଡ଼ିଲେ ଶରୀରରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। କ୍ଷତିଗ୍ରସ୍ତ କୋଷର ପୋଷଣ ପାଇଁ ଗରମ ପାଣି ସାହାଯ୍ୟ କରିଥାଏ। ଅନିୟମିତ ରକ୍ତ ସଞ୍ଚାଳନ ଯୋଗୁଁ ହେଉଥିବା ରକ୍ତଚାପକୁ ମଧ୍ୟ କମ କରିଥାଏ।

ପ୍ରତିରୋଧକ କ୍ଷମା ବୃଦ୍ଧି କରିଥାଏ – ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀରର ହାନିକାରକ ବ୍ୟାକ୍ଟେରିଆ ମରିଯାଇଥାଏ ଓ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ। ଶୀତ ଦିନରେ ଥଣ୍ଡା-କାଶର ପ୍ରଭାବ ମଧ୍ୟ କମ କରିଥାଏ।

ଅବସାଦ କମ କରିଥାଏ – ବିଶେଷଜ୍ଞଙ୍କ କହିବାନୁଯାୟୀ ଗରମ ପାଣିରେ ଗାଧୋଇବା ଦ୍ୱାରା ସମସ୍ତ ପ୍ରକାର ଚିନ୍ତା ଓ ଅବସାଦରୁ ମୁକ୍ତି ମିଳିଥାଏ। ଏହା ମସ୍ତିସ୍କର ସେରୋଟୋନିନ୍ ସ୍ଥରକୁ ବଢାଇଥାଏ ଯାହା ଖୁସି ସହ ଜଡିତ ଏକ କେମିକାଲ।
ତ୍ୱଚା ପାଇଁ ହିତକର – ଗରମ ପାଣିରେ ଗାଧୋଇଲା ତ୍ୱଚାର ଛିଦ୍ର ଖୋଲିଯାଇଥାଏ ଓ ଝାଳ ବୋହିଥାଏ। ଝାଳ ଶରୀରକୁ ପ୍ରାକୃତିକ ଭାବେ ସଫା କରିଥାଏ। ଏହାକୁ ତ୍ୱଚାକୁ ଅଧିକ ସମୟ ଯାଏଁ ମଏଶ୍ଚଏର ରଖେ ଓ ଡ୍ରାଏ ହେବାରୁ ରକ୍ଷା କରେ।

ନିଦ ପାଇଁ ଲାଭଦାୟକ – ଗରମ ପାଣିରେ ଗାଧୋଇଲେ ଶରୀରକୁ ଆରାମ ମିଳିଥାଏ ଓ ଶୀଘ୍ର ନିଦ ହୋଇଥାଏ। କାରଣ ଗରମ ପାଣି ଶରୀରର ତାପମାନ ବୃଦ୍ଧି କରିଥାଏ ଯାହାଫଳରେ ମାଂସପେଶୀକୁ ମଧ୍ୟ ଆରାମ ମିଳିଥାଏ। ଏକ ଟବରେ ୨୦ ମିନିଟ ଯାଏଁ ହଟ ବାଥ ନେବା ଶରୀରକୁ ମାନସିକ ଭାବେ ମଧ୍ୟ ଶାନ୍ତ ରଖିଥାଏ।
ମୁଣ୍ଡ ବିନ୍ଧାରୁ ଆରାମ ଦେଇଥାଏ – ଗରମ ପାଣିରେ ଗାଧୋଇଲେ ମୁଣ୍ଡ ବିନ୍ଧାରୁ ଆଶ୍ବସ୍ତି ମିଳିଥାଏ। ସାଧାରଣତଃ ମୁଣ୍ଡରେ ରକ୍ତ ବାହକ ସଙ୍କୁଚିତ ହେବା କାରଣରୁ ମୁଣ୍ଡ ବିନ୍ଧା ହୋଇଥାଏ। ସେଥିପାଇଁ ଗରମ ପାଣିର ସକାରାତ୍ମକ ପ୍ରଭାବ ସେହି ରକ୍ତ ବାହକ ଉପରେ ଚାପା କମ କରିଥାଏ ଓ ମୁଣ୍ଡବିନ୍ଧାରୁ ଆଶ୍ବସ୍ତି ମିଳିଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

Show More

Related Articles

Back to top button