ସ୍ୱାସ୍ଥ୍ୟ

ପ୍ରତ୍ୟେକ ଦିନ ୩୦ ମିନିଟ୍ ଚଲାନ୍ତୁ ସାଇକେଲ୍: ମିଳିବ ଏହିସବୁ ଫାଇଦା

ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ସହିତ ଏକ୍ସରସାଇଜ୍ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ଶରୀର ସଠିକ୍ ଭାବରେ କାମ କରିଥାଏ । ଇମ୍ୟୁନିଟି ଷ୍ଟ୍ରଙ୍ଗ୍ ରହିବା ଦ୍ୱାରା ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମ୍ ହୋଇଥାଏ । ଏଥିପାଇଁ ସାଇକେଲ ଚଲାଇବା ମଧ୍ୟ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ

ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତିଦିନ ୩୦ ମିନିଟ୍ ସାଇକେଲ ଚଲାଇବାରେ ଶରୀର ସମ୍ପୂର୍ଣ୍ଣ ଫିଟ୍ ରହିଥାଏ । ରୋଗକୁ ରୋକିବା ବ୍ୟତୀତ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । କିନ୍ତୁ ଆଜିକାଲି ଲୋକମାନେ ସାଇକେଲ ଚଲାଇବା ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହିଁ । ତେଣୁ ଲୋକଙ୍କୁ ପ୍ରେରଣା ଦେବା ପାଇଁ ପ୍ରତିବର୍ଷ ଜୁନ୍ ୩ ଦିନ ‘ବିଶ୍ୱ ସାଇକେଲ ଦିବସ’ ପାଳନ କରାଯାଏ। ତେବେ ଆଜି ଏହି ବିଶେଷ ଦିନରେ ଚାଲନ୍ତୁ ଜାଣିବା ସାଇକେଲ୍ ଚଳାଇବାର ଫାଇଦା ବିଷୟରେ…
ହୃତପିଣ୍ଡ ପାଇଁ ଲାଭଦାୟକ:

ଦୈନିକ ୩୦ ମିନିଟ୍ ସାଇକେଲ ଚଲାଇବା ଦ୍ୱାରା ହୃଦୟ ସ୍ପନ୍ଦନ ଶୀଘ୍ର ହୋଇଥାଏ । ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ । ହୃଦୟକୁ ସୁସ୍ଥ ରଖିବା ଦ୍ୱାରା, ଏହା ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମ୍ ଥାଏ ।

ମାଂସପେଶୀ ଏବଂ ହାଡ ମଜବୁତ ହୋଇଥାଏ:

ସାଇକେଲ ଚଲାଇବା ଗୋଡ ପାଇଁ ଭଲ ଏକ୍ସରସାଇଜ୍ ହୋଇଥାଏ । ଏହା ମାଂସପେଶୀ ଏବଂ ହାଡକୁ ମଜବୁତ ରଖିଥାଏ । ତେଣୁ ଶିଶୁଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଉନ୍ନତ ଶାରୀରିକ ବିକାଶ ପାଇଁ ସାଇକେଲ ଚଳାଇବା ଉଚିତ୍ ।

ଓଜନ କମାଇଥାଏ:

ଆଜିର ସମୟରେ, ପ୍ରାୟ ବ୍ୟକ୍ତି ତାଙ୍କର ବଢୁଥିବା ଓଜନକୁ ନେଇ ଚିନ୍ତିତ ରହିଥାନ୍ତି । ମେଦବହୁଳତା ରୋଗ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବଢିଇଥାଏ । ତେଣୁ ଦୈନିକ ୩୦ ମିନିଟ୍ ସାଇକେଲ ଚଲାଇବା ଲାଭଦାୟକ ହୋଇଥାଏ । ଏହା ସମଗ୍ର ଶରୀରର ଗତି କରାଇଥାଏ । ଏହା ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏପରି ତେଣୁ ଓଜନ ନିୟନ୍ତ୍ରଣ କରିବା ପାଇଁ ସାଇକେଲ ଚଲାଇବା ଲାଭଦାୟକ ହୋଇଥାଏ ।

ଇମ୍ୟୁନିଟି ସିଷ୍ଟମ୍ ଷ୍ଟ୍ରଙ୍ଗ୍ କରିଥାଏ:

ସାଇକେଲ ଚଲାଇବା ସମ୍ପୂର୍ଣ୍ଣ ଶରୀରର ବ୍ୟାୟାମ ହୋଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଏହିପରି, ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ଋତୁ କାଳୀନ ରୋଗରୁ ରକ୍ଷା ମିଳିଥାଏ । ଏଥି ସହିତ, ସମଗ୍ର ବିଶ୍ୱରେ କରୋନା ବିସ୍ତାରରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷଜ୍ଞଙ୍କ ଅନୁଯାୟୀ, ଦିନକୁ ୩୦ ମିନିଟ୍ ସାଇକେଲ ଚଳାଇବା ଦ୍ୱାରା ରୋଗ ହେବାର ଆଶଙ୍କା ୫୦ ପ୍ରତିଶତ କମିଯାଇଥାଏ ।

ଚିନ୍ତା ଦୁର ହୋଇଥାଏ:

ଦୈନିକ ସାଇକେଲ ଚଲାଇବା ଦ୍ୱାରା ମନ ଆରାମଦାୟକ ହୋଇଥାଏ । ଏହା ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ମସ୍ତିଷ୍କ ଉତ୍ତମ ଉପାୟରେ କାମ କରିଥାଏ ।

Show More

Related Articles

Back to top button