ଜୀବନଚର୍ଯ୍ୟା

ପ୍ରତେକ ଦିନ ସଖାଳୁ ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହେବା ସହିତ ଜୀବନରେ ଆସିଥାଏ ଶାନ୍ତି

ସମସ୍ତେ ଇଚ୍ଛା କରିଥାନ୍ତି ଜୀବନରେ ସୁଖ ଓ ଶାନ୍ତିରେ ରହିବା ପାଇଁ l ବେଳେବେଳେ ଅନେକ ଚେଷ୍ଟା କରିବା ସତ୍ୱେ ମଧ୍ୟ ଆମେ ଏଥିରେ ସଫଳ ହୋଇ ନ ଥାଉ l କିନ୍ତୁ ଜୀବନରେ ଯେତେବେଳେ ଆପଣ ଏହି ଧନର ପାଇବାକୁ ଆମେ ଇଛା କରିବା ସେହି ସମୟରେ ଆମେ ନିଜ କର୍ମ ସହିତ ଭଗବାନଙ୍କ ସାନିଧ୍ୟ ମଧ୍ୟ ଆଶା କରିଥାଉ l

ଆସନ୍ତୁ ଆଜି ଜାଣିବା ଏପରି କିଛି ମନ୍ତ୍ର ବିଷୟରେ ଯାହା ଆମ ଭାଗ୍ୟକୁ ପରିବର୍ତନ କରିଦେବ l ମନ୍ତ୍ର :” ଲକ୍ଷ୍ମୀ ନାରାୟଣ ନମୋ ନମଃ ,ପ୍ରାପ୍ତlୟ ନମୋ ନମଃ ,ଓଂ ଧନାୟୋ ନମୋ ନମଃ l ”

ମନ୍ତ୍ରର ମହତ୍ୱ –

ହିନ୍ଦୁ ଧର୍ମରେ ମନ୍ତ୍ରର ଅନେକ ମହତ୍ୱ ରହିଛି l ମନ୍ତ୍ର ଅତ୍ୟନ୍ତ ଶକ୍ତିଶାଳୀ ଅଟେ ,ମନ୍ତ୍ର ଜପ କରିବାର ମହିମା ସମସ୍ତ ହିନ୍ଦୁ ଗ୍ରନ୍ଥରେ ମିଳିଥାଏ l ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଏପରି କୌଣସି ବିପଦ ନାହିଁ ଯାହା ମନ୍ତ୍ର ଦ୍ୱାରା ଦୂର ହୋଇ ନପାରିବ l ଏପରି କୌଣସି ଲାଭ ନାହିଁ ଯାହାକୁ ଆମେ ମନ୍ତ୍ର ସାହାଯ୍ୟରେ ହାସଲ ନକରି ପାରିବା l

ଯେପରି ବିପଦ ସମୟରେ ହନୁମାନ ଚାଳିଶା ଆମେ ପାଠ କରିଥାଉ ,ଯାହାଦ୍ୱାରା ଆମର ଅନେକ ଅସୁବିଧା ଦୂର ହୋଇଯାଏ lମନ୍ତ୍ର ଜପ ଦ୍ୱାରା ମାନସିକ ଏକାଗ୍ରତା ବଢିଥାଏ l ମନ୍ତ୍ରକୁ ବାରମ୍ବାର ଜପ କରିବା ଦ୍ୱାରା ମନରେ ଭଲ ବିଚାର ଆସିଥାଏ ଓ ମନୁଷ୍ୟକୁ ନୈତିକ ବଳ ମିଳିଥାଏ l ଏହି ମାନସିକ ଶକ୍ତି ଓ ନୈତିକ ବଳ ବଡରୁ ବଡ କାର୍ଯ୍ୟ ହାସଲ କରିବାରେ ସାହାଯ୍ୟ କରିଥାଏ l

Show More

Related Articles

Back to top button