Breaking PLUSଦେଶମୁଖ୍ୟ ଖବର

ଆଜି ବି ଇଡିରେ ହାଜର ହେଲେନି କେଜରିୱାଲ

ମାର୍ଚ୍ଚ 12 ପରେ ସମୟ ମାଗିଲେ, କହିଲେ ଭିସି ଜରିଆରେ ଦେବି ଜବାବ

ନୂଆଦିଲ୍ଲୀ-ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠାତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ ସମ୍ମୁଖରେ ଆଜି ବି ହାଜର ହେବେନାହିଁ । କେଜରିୱାଲ ଇଡି ସମ୍ମୁଖରେ ହାଜର ହେବାକୁ ମାର୍ଚ୍ଚ 12 ପରେ ତାରିଖ ମାଗିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ତଦନ୍ତକାରୀ ସଂସ୍ଥାର ପ୍ରଶ୍ନର ଜବାବ ସେ ଭିଡିଓ କନଫରେନ୍ସିଂ ଜରିଆରେ ଦେବେ ।
କେଜରିୱାଲ ଇଡି ସମନ ଉପରେ ପଠାଇଥିବା ଜବାବରେ କହିଛନ୍ତି ତାଙ୍କୁ ମାର୍ଚ୍ଚ 12ପରେ ତାରିଖ ଦିଆଯାଉ । ସେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଶ୍ନର ଜବାବ ଦେବାକୁ ପ୍ରସ୍ତୁତ । ସେ କହିଛନ୍ତି ଇଡି ବାରମ୍ବାର ସମନ ନପଠାଇ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରୁ ।

Show More

Related Articles

Back to top button