ଦେଶ ବିଦେଶ

Covid ସତ୍ତ୍ୱେ EDରେ ହାଜର ହେବେ ସୋନିଆ ଗାନ୍ଧି

କଂଗ୍ରେସ୍ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାର୍ଟି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଲ ଗୁରୁବାର କୋଭିଡ ପଜିଟିଭ ଥିବା ଜଣାପଡିବାରୁ କେବଳ ସୋନିଆ ନୁହନ୍ତି ଦଳର ଆଉ କେତେକ ନେତା ମଧ୍ୟ ସଂକ୍ରମିତ ହୋଇ ଥାଇପାରନ୍ତି ବୋଲି ଏବେ ସନ୍ଦେହ କରାଯାଉଛି।

ନ୍ୟାସନାଲ ହେରଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାରି କରିଥିବା ନୋଟିସ ଉପରେ କୋଭିଡର କୌଣସି ପ୍ରଭାବ ରହିବ ନାହିଁ ଓ ସୋନିଆ ହାଜର ହେବେ ବୋଲି କଂଗ୍ରେସ ପକ୍ଷରୁ ଗୁରୁବାର କୁହାଯାଇଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେୱାଲା ଗୁରୁବାର ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ଗତ ଏକ ସପ୍ତାହ ହେଲା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନେତାଙ୍କ ସହ ସାକ୍ଷାତ କରୁଛନ୍ତି, ଯେଉଁମାନଙ୍କ ମଧ୍ୟରୁ କେତେକଙ୍କୁ କୋଭିଡ ପଜିଟିଭ ଚିହ୍ନଟ କରାଯାଇଛି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେମାନେ ନିଜ ନିଜକୁ ଆଇସୋଲେଟ କରିଛନ୍ତି।

ତେବେ ସୂରଜେୱାଲା ସ୍ପଷ୍ଟ କରିଛନ୍ତି ଯେ କରୋନା ସତ୍ତ୍ୱେ କଂଗ୍ରେସ ଅଧ୍ୟକ୍ଷା ପଚରା ଉଚରା ଲାଗି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀଙ୍କ ନିକଟରେ ଉପସ୍ଥିତ ହେବେ। ନ୍ୟାସନାଲ ହେରଲ୍ଡ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଇଡି ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ଜୁନ ୮ ତାରିଖ ଦିନ ହାଜର ହେବା ଲାଗି ନୋଟିସ୍ କରିଛନ୍ତି। ତେବେ ରାହୁଲ ଏବେ ବିଦେଶ ଗସ୍ତରେ ଥିବା ଯୋଗୁ ତାଙ୍କ ଲାଗି ସାନି ଏକ ତାରିଖ ଘୋଷଣା କରିବା ଲାଗି ଆବେଦନ କରାଯାଇଥିବା ବେଳେ ସୋନିଆ କିନ୍ତୁ ୮ ତାରିଖ ଦିନ ଇଡି ପଚରା ଉଚରା ଲାଗି ହାଜର ହେବେ ବୋଲି କୁହାଯାଇଛି। ସୋନିଆ କୋଭିଡ ପଜିଟିଭ ଥିବାରୁ ତାଙ୍କର ହାଜର ନେଇ ନାନା କଳ୍ପନା ଜଳ୍ପନାରେ କଂଗ୍ରେସ ଏହି ସ୍ପଷ୍ଟିକରଣ ଦେଇଛି।

Show More

Related Articles

Back to top button