Breaking PLUSଓଡ଼ିଶାମୁଖ୍ୟ ଖବର

କୋଟିପତି ଅଧୀକ୍ଷଣ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର, 9 ନଭେମ୍ବର – ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ପିଏଚ୍ ଡିଭିଜନର କୋଟିପତି ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚଢାଉ ବେଳେ ଭିଜିଲାନ୍ସ ବିଶ୍ୱବନ୍ଧୁଙ୍କ ଆୟଠାରୁ ୩୩୮ ପ୍ରତିଶତ ଅଧିକ ସମ୍ପତି ଠାବ କରିଥିଲା । ଯାହା ମଧ୍ୟରେ ୪ କୋଟିର ଜମା, ୩ଟି କୋଠା, ୬ଟି ପ୍ଲଟ ରହିଥିଲା ।

ସୂଚନା ଅନୁଯାୟୀ ଗତକାଲି ଭିଜିଲାନ୍ସର ୬ଟି ଟିମ୍ ଭୁବନେଶ୍ୱର ସମେତ ବିଶ୍ୱବନ୍ଧୁଙ୍କ ୬ଟି ଠିକଣାରେ ଚଢାଉ କରିଥିଲା । ଚଢ଼ଉ ବେଳେ ଭୁବନେଶ୍ୱର ଭିଏସ୍ଏସ୍ନଗରସ୍ଥିତ ଦୁଇମହଲା ଆବାସିକ କୋଠା, ରୁଦ୍ରପୁରସ୍ଥିତ ଆସୋଟେକ୍ ପ୍ରାଇଡ୍ ରେ ବିଳାସପୂର୍ଣ୍ଣ ୩ ବିଏଚ୍କେ ଫ୍ଲାଟ୍, ଭଦ୍ରକ ମଠସାହି ସ୍ଥିତ ଏକ ମହଲା କୋଠା ଓ ତୋରାନପଡ଼ାସ୍ଥିତ ପେତୃକ ଘର ଠାବ କରାଯାଇଥିଲା । ସେହିପରି ରାଜଧାନୀର ପ୍ରମୁଖ ଅଂଚଳରେ ଦୁଇଟି ପ୍ଲଟ୍, ଭଦ୍ରକରେ ୨ଟି ପ୍ଲଟ୍ ମଧ୍ୟ ଠାବ କରାଯାଇଥିଲା । ଏହାଛଡ଼ା ୨କୋଟିରୁ ଅଧିକ ଟଙ୍କାରୁ ଉଦ୍ଧ୍ୱ ଜମା ଥିବା ତାଙ୍କର ବିଭିନ୍ନ ବ୍ୟାଙ୍କ୍ରେ ଥିବା ଏକାଧିକ ଆକାଉଂଟ ଓ ଇନ୍ସ୍ୟୁରାନ୍ସକୁ ଠାବ କରାଯାଇଛି ।ଏହା ବ୍ୟତୀତ ଘରୁ ନଗଦ ୨ଲକ୍ଷ ୧୬ହାଜର ଟଙ୍କା, ୪୨୧ ଗ୍ରାମ ସୁନାଗହଣା ମିଳିଥିବା ବେଳେ ସେଥିରୁ ୨୬୯ଗ୍ରାମ ଲକରରୁ ମିଳିଥିଲା । ଦାମୀ ଆସବାବପତ୍ର ମଧ୍ୟ ଜବତ କରାଯାଇଥିଲା । ଗୋଟିଏ ଚାରିଚକିଆ, ୪ଟି ଦୁଇଚକିଆ ଗାଡ଼ି ମଧ୍ୟ ଠାବ ହୋଇଥିଲା ।

Show More

Related Articles

Back to top button