Breaking PLUSଦେଶ ବିଦେଶମୁଖ୍ୟ ଖବର

ଅନନ୍ତନାଗରେ ସୁରକ୍ଷାବାହିନୀ ପକ୍ଷରୁ ଏନକାଉଣ୍ଟର, ଟଳିଲା ଜଣେ ଆତଙ୍କବାଦୀ

ଶନିବାର ସକାଳୁ ଜାମ୍ମୁ କାଶ୍ମୀରର ଅନନ୍ତନାଗର ଲାର୍ନୁ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ପୋଲିସ ଏବଂ ସୁରକ୍ଷା ବାହିନୀ ପକ୍ଷରୁ ମିଳିତ ଭାବେ ଏହି ଅପରେସନ ଜାରି ରହିଛି

ଶନିବାର ସକାଳୁ ଜାମ୍ମୁ କାଶ୍ମୀରର ଅନନ୍ତନାଗର ଲାର୍ନୁ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ପୋଲିସ ଏବଂ ସୁରକ୍ଷା ବାହିନୀ ପକ୍ଷରୁ ମିଳିତ ଭାବେ ଏହି ଅପରେସନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ସୁରକ୍ଷାବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି ।

ଏଥି ସହିତ ଶୁକ୍ରବାର ଦିନ ବଡଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଠାରେ ପ୍ରାୟ ଦୁଇରୁ ତିନି ଆତଙ୍କବାଦୀ ଘେରି ରହିଥିଲେ ସୁରକ୍ଷାକର୍ମୀ । ସୂଚନା ଅନୁଯାୟୀ, ବଡଗାମ ଜିଲ୍ଲାର ନାଗାମ ଚଡୁରା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା।

Show More

Related Articles

Back to top button