ଦେଶଦେଶ ବିଦେଶସ୍ୱତନ୍ତ୍ର

ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ ହେଲେ ଏଲିଜବେଥ ଜୋନ୍ସ

ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ ହେଲେ ଏଲିଜବେଥ ଜୋନ୍ସ । ଜୋନ୍ସଙ୍କୁ ନିଯୁକ୍ତ କରିଛି ଆମେରିକା ନୂଆଦିଲ୍ଲୀସ୍ଥିତ ଦୂତାବାସର ରାଜଦୂତ । ଏନେଇ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରାଳୟ ।

ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜଦୂତ ଏଲିଜାବେଥ ଜୋନ୍ସ ଅନ୍ତରୀଣ ପ୍ରଭାରୀ ଭାବେ ଯୋଗଦେବା ନିମନ୍ତେ ଖୁବ୍ ଶୀଘ୍ର ଭାରତ ଯାତ୍ରା କରିବେ । ନିକଟରେ ସେ ଆଫଗାନିସ୍ତାନରୁ ଆମେରିକା ଫେରିଥିଲେ। ସେ ଆଫଗାନିସ୍ତାନରେ ରିହାବିଲେସନ ଇଫୋର୍ଟସ କନଭେନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ଜୋନ୍ସ ଇୟୁରୋପ ଓ ଇୟୁରେସିଆ ଲାଗି ସହାୟକ ବିଦେଶ ସଚିବ ଅବସ୍ଥାପିତ ଥିବା ବେଳେ କାଜିକସ୍ତାନରେ ରାଜଦୂତ ଭାବେ କାର୍ଯ୍ୟ କରିଛନ୍ତି।

ଜୋନ୍ସ ଉଭୟ ଦେଶଙ୍କ ସରକାର ଓ ଲୋକଙ୍କ ମଧ୍ୟରେ ଭାଗିଦାରୀକୁ ଆହୁରି ବିସ୍ତାର ଦେବା ପାଇଁ କାର୍ଯ୍ୟ କରିବେ। ଏଣୁ ତାଙ୍କୁ ଆମେରିକା ଦୂତାବାସ ଓ ବାଣିଜ୍ୟ ଦୂତାବାସଙ୍କ ଇଣ୍ଟର-ଏଜେନ୍ସୀ ଟିମରେ ସାମିଲ କରାଯାଇଛି ବୋଲି  ମନ୍ତ୍ରାଳୟଙ୍କ ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button