
ଜରୁରୀକାଳୀନ ସ୍ଥିତିରେ ସ୍କୁଲରେ ବୃତ୍ତିଗତ ସ୍ୱାସ୍ଥ୍ୟ ଅଧିକାରୀମାନେ ପହଞ୍ଚିବା ପୂର୍ବରୁ କିଭଳି ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ନିଜକୁ ଫାଷ୍ଟ-ଏଡ୍ ପ୍ରକ୍ରିୟା ଅନ୍ତର୍ଗତ ମୁକାବିଲା କରିବାରେ ସକ୍ଷମ ହୋଇପାରିବେ, ସେ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଫାଷ୍ଟ-ଏଡ୍ ମୋବାଇଲ ଆପ୍କୁ ବିକଶିତ କରାଯାଇଛି।
ଏହି ଆପ୍କୁ ସମସ୍ତ ରାଜ୍ୟ ଶିକ୍ଷା ବିଭାଗର ୱେବସାଇଟ୍ରେ ଅପ୍ଲୋଡ୍ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସମସ୍ତ ରାଜ୍ୟର ଶିକ୍ଷା ବିଭାଗର ପ୍ରମୁଖ ସଚିବମାନଙ୍କୁ ପତ୍ର ଲେଖିଥିବା ଜଣାପଡ଼ିଛି।