Breaking PLUSଅପରାଧଆଇନ କାନୁନମୁଖ୍ୟ ଖବରସ୍ୱତନ୍ତ୍ର

ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତିକୁ ଆଟାଚ୍‌ କଲା ଇଡି

ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତିକୁ ଆଟାଚ୍‌ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଅର୍ଥନୈତିକ ଠକେଇ କାରବାର୍‌ ନେଇ ଇଡି ପକ୍ଷରୁ ଏହି ଆକ୍ସନ ନିଆଯାଇଛି । ଇଡି ମୋଟ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି । ଏହି ସମ୍ପତ୍ତି ମଧ୍ୟରେ ପ୍ରଭାତ ବିଶ୍ୱାଳ ଓ ମିଡିଆଗୁରୁ କନ୍ସଲଟାନ୍ସିର ସମ୍ପତ୍ତି ରହିଛି । କଟକ ଏସ୍‌ବିଆଇରେ ଥିବା ପ୍ରଭାତ ବିଶ୍ୱାଳଙ୍କ ୨୫ ଲକ୍ଷ ଟଙ୍କା ରହିଛି । ସେହିପରି ଇଡି ମିଡିଆଗୁରୁର ନୋଏଡାରେ ଥିବା ସମ୍ପତ୍ତିକୁ ଆଟାଚ୍‌ କରିଛି । ଅନ୍ୟପଟେ ପ୍ରଭାତ ବିଶ୍ୱାଳ ଇଡିର ସମ୍ପତ୍ତି ଆଟାଚ୍ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ଜାମିନ ସମୟରେ ଆମେ ଏ ଟଙ୍କା ଡିପୋଜିଟ କରିଥିଲୁ । ସେହି ଟଙ୍କାକୁ ଇଡି ଆଟାଚ୍ କରିଥିବା ଦର୍ଶାଇଛି । ମୁଁ ନିର୍ଦ୍ଦୋଶ ଓ ଟଙ୍କା ଫେରି ପାଇବି ।

Show More

Related Articles

Back to top button