ଦୁର୍ଘଟଣାଦେଶ

ଲଗାଣ ବର୍ଷା ଯୋଗୁଁ ନିର୍ମାଣଧୀନ କୋଠା ଭୁଶୁଡ଼ି ୨ ମୃତ୍ୟୁ,୫ଗୁରୁତର

ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ନିର୍ମାଣଧୀନ କୋଠା । ଫଳରେ ୭ ଶିଶୁ ଚାପିହୋଇ ଥିବା ସୂଚନା । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲାରେ  । ଦୁର୍ଘଟଣାରେ ୨ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସମସ୍ତ ଗୁରୁତର ଶିଶୁଙ୍କୁ ସିଏଚସି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ,ଶନିବାର ଦ୍ୱିପହରରେ ଶାହଜାଦପୁରରେ ଏକ ଘର ନିର୍ମାଣ ଚାଲିଥିଲା । ନିକଟସ୍ଥ ବିଦ୍ୟାଳୟରୁ ପାଠପଢ଼ା ସାରି ପିଲାମାନେ ଘରକୁ ଫେରୁଥିଲେ । ଦୁର୍ଭାଗ୍ୟବଶତଃ ନିର୍ମାଣଧୀନ ଘରର କାନ୍ଥ ୭ ନିରୀହ ଶିଶୁଙ୍କ ଉପରେ ପଡିଯାଇଥିଲା ।

ଏହାକୁ ଦେଖି ସ୍ଥାନୀୟ ଲୋକମାନେ ଏକାଠି ହୋଇ ଭଗ୍ନାଂଶକୁ ହଟାଇବାକୁ ଲାଗିଥିଲେ ଓ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ସେତେବେଳେକୁ ୨ ଶିଶୁଙ୍କର ମୃତ୍ୟୁ ହୋଇସାରିଥିଲା । ତୁରନ୍ତ ଗୁରୁତରମାନଙ୍କୁ ମେଡିକାଲରେ ଭର୍ତ୍ତି କରାଗଲା । ମେଡିକାଲରେ ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଅଧିକ ଗୁରୁତର ଥିବା ସୂଚନା ମିଳିଛି ।

Show More

Related Articles

Back to top button