ଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଏହି ସବୁ ଖାଦ୍ୟ ଖାଇଲେ ସୁସ୍ଥ ରହିବ ଯକୃତ

ମନୁଷ୍ୟ ଶରୀରରେ ସମସ୍ତ ବିଷାକ୍ତ ପଦାର୍ଥ ଅଥବା ବର୍ଜ୍ୟ ବସ୍ତୁ ବାହାର କରିବାରେ ସାହାଯ୍ୟ କରିଥାଏ ଯକୃତ ବା ଲିଭର । ଏଥିସହିତ ଯକୃତ ଓଜନ ହ୍ରାସ କରିବା ଏବଂ ଆମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ । ତେଣୁ ପ୍ରତିଦିନ ଲିଭରର ସଠିକଭାବେ ଯତ୍ନ ନେବା ଉଚିତ୍ ।

ଆଜିକାଲି ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ହେତୁ ଲୋକଙ୍କୁ ଫ୍ୟାଟି ଲିଭର ରୋଗ, ଜଣ୍ଡିସ୍ ଏବଂ ହେପାଟାଇଟିସ୍ ଭଳି ସମସ୍ୟାର ସାମ୍ନା କରିବାକୁ ପଡେ। ଆପଣ ଯଦି ଏହି ସମସ୍ୟାକୁ ଦୂର ନକରନ୍ତି ତେବେ ଭବିଷ୍ୟତରେ ଆପଣଙ୍କର ମାରାତ୍ମକ ରୋଗ ହୋଇପାରେ।

ତେବେ ଘରୋଇ ଉପାୟରେ କିପରି ଯକୃତ ବା ଲିଭରର ଯତ୍ନ ନେବେ ଆସନ୍ତୁ ଜାଣିବା –

  • ସବୁଜ ପନିପରିବା-
    ସବୁଜ ପନିପରିବା ଖାଇବା ଦ୍ୱାରା ଆମ ଶରୀର ସୁସ୍ଥ ରହିବାସହ ଅନେକ ରୋଗରୁ ରକ୍ଷା କରିଥାଏ । ସବୁଜ ପନିପରିବା କିମ୍ବା ସାଗ ଖାଇବା ଦ୍ୱାରା ଯକୃତରେ ଥିବା ମଇଳା ବାହାର କରି ଆପଣଙ୍କୁ ସୁସ୍ଥ ରଖେ। ବିଶେଷଜ୍ଞମାନଙ୍କ କହିବା ମୁତାବକ, ଏଥିରେ କ୍ଲୋରୋଫିଲ ଥାଏ, ଯାହା ରକ୍ତ ପ୍ରବାହରୁ ବିଷାକ୍ତ ପଦାର୍ଥ ଗ୍ରହଣ କରିବାରେ କାର୍ଯ୍ୟ କରିଥାଏ। ସବୁଜ ପନିପରିବା ଆପଣଙ୍କ ପେଟ ପାଇଁ ବହୁତ ଭଲ।
  • ଖଟା ଫଳ-
    ସେହିପରି ଖଟାଫଳ ଭିଟାମିନ୍ ସିରେ ଡିଟକ୍ସ ଅର୍ଥାତ୍ ବିଷାକ୍ତ ପଦାର୍ଥକୁ ବାହାର କରିବାର ଗୁଣ ରହିଛି। ଅଧିକାଂଶ ସାଇଟ୍ରସ୍ ଫଳରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ଥାଏ। କମଳା କିମ୍ବା ଲେମ୍ବୁର ଆଣ୍ଟିଅକ୍ସିଡାଣ୍ଟ ଯକୃତର ସମସ୍ତ ସମସ୍ୟାକୁ ହ୍ରାସ କରି ଏହାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ଆପଣ ବ୍ଲୁବେରି, ଜାମୁକୋଳି, କିୱି ମଧ୍ୟ ଖାଇପାରିବେ।
  • ରସୁଣ – ରସୁଣ ଯକୃତ କିମ୍ବା ଶରୀରରୁ ବିଷାକ୍ତ ପଦାର୍ଥକୁ ଦୂର କରିବାରେ ସାହାଯ୍ୟ କରେ। ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ବିଷାକ୍ତ ପଦାର୍ଥକୁ ବାହାର କରିଦିଏ। ରସୁଣରେ ଥିବା ସେଲେନିୟମ୍ ମଧ୍ୟ ଯକୃତକୁ ଡିଟକ୍ସ କରେ ଏବଂ ଏନଜାଇମକୁ ସକ୍ରିୟ ରଖେ।
  • ଓଲିଭ୍ ତେଲ-
    ଶରୀରରେ ଏନଜାଇମର ଆଣ୍ଟିଅକ୍ସିଡାଣ୍ଟକୁ ବଢାଏ ଅଲିଭ୍ ତେଲ। ଅଲିଭ୍ ତେଲ ବ୍ୟବହାର କରି ପନିପରିବା ରୋଷେଇ କରି ଖାଇପାରିବେ।
Show More

Related Articles

Back to top button