Breaking PLUSଦେଶମୁଖ୍ୟ ଖବର
କର୍ଣ୍ଣାଟକରେ ଭୂକମ୍ପ ଝଟକା

କର୍ଣ୍ଣାଟକରେ ଅନୁଭୂତ ଭୂକମ୍ପ ଝଟକା । ଆଜି ସକାଳ ସମୟରେ କର୍ଣ୍ଣାଟକ ଚିକାବଲ୍ଲାପୁର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୦ ରେକର୍ଡ କରାଯାଇଛି । ରେକ୍ଟର ସ୍କେଲରେ ପ୍ରଥମ ଝଟକାର ତୀବ୍ରତା୨.୯ ରେକର୍ଡ କରାଯାଇଥିବା ବେଳେ ଦ୍ୱିତୀୟ ଥର ୩.୦ ତୀବ୍ରତା ଝଟକା ଲାଗିଥିଲା । ହେଲେ ଏହି ଭୂକମ୍ପ ଝଟକାରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
ଏନେଇ ନ୍ୟାସନାଲ ଡିଜାଷ୍ଟର ମନିଟରିଂ ସେଣ୍ଟରରୁ ସୂଚନା ମିଳିଛି । କର୍ଣ୍ଣାଟକର ବେଙ୍ଗାଲୁରୁ ଠାରୁ ପ୍ରାୟ ୭୦ କି.ମି ଉତ୍ତର-ଉତ୍ତର ପୂର୍ବରେ ବୁଧବାର ସକାଳ ୭ଟା ୯ ମିନିଟ୍ ୩୬ ସେକେଣ୍ଡରେ ୧୧କି.ମି ଗଭୀରତାରେ ୨.୯ ତୀବ୍ରତାର ଭୂମିକମ୍ପ ଝଟକା ଲାଗିଛି ।