Breaking PLUSଓଡ଼ିଶାମୁଖ୍ୟ ଖବର

ଓମିକ୍ରନ୍ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

ଚିନ୍ତା ବଢାଇଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଜି ସତର୍କ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମିକ୍ରନକୁ ନେଇ ଚିନ୍ତା ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓମିକ୍ରନ୍ ବହୁତ ଜୋରରେ ବଢୁଛି, ଆମକୁ ସତର୍କ ରହିବାକୁ ପଡିବ । ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ ।

ତେଣୁ ମାସ୍କ ପିନ୍ଧିବା ସହ ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାଇ ରଖିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦରକାର ନଥିଲେ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ସମସ୍ତେ ସହଯୋଗ କଲେ ଏହି ଓମିକ୍ରନ୍ ଲହରକୁ ମୁକାବିଲା କରିହେବ ବୋଲି ସେ କହିଛନ୍ତି । ଅନ୍ୟ ଦେଶମାନଙ୍କରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଭୟଙ୍କର ମାତ୍ରାରେ ବ୍ୟାପିବାରେ ଲାଗିଛି ।

ଏହା ଡେଲଟା ଭାରିଆଣ୍ଟ ଠାରୁ ଅଧିକ ସଂକ୍ରାମକ ହୋଇଥିବାରୁ ଚିନ୍ତାରେ ପଡିଛି ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେଠୁ ସତର୍କ ହେବାକୁ ପଡିବ । ସମସ୍ତେ ସଚେତନ ରହିଲେ ଓମିକ୍ରନ ଭୟକୁ ଏଡାଇ ଦେଇପାରିବା ଏଥିରେ କୌଣସି ସନ୍ଦେହ ନାହିଁ ।

Show More

Related Articles

Back to top button