Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଡୋପ ଟେଷ୍ଟରେ ଦୂତୀ ବିଫଳ, 4 ବର୍ଷ ବାସନ୍ଦ
କୌଣସି ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡାରେ ଭାଗ ନେଇପାରିବେନି ଦୂତୀ

ଆଥଲେଟ୍ ଦୂତି ଚାନ୍ଦଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଡୋପ୍ ଟେଷ୍ଟରେ ଫେଲ୍ ମାରିବା ପରେ ଦୂତୀଙ୍କ ଉପରେ ୪ ବର୍ଷର ବ୍ୟାନ୍ ଲାଗିଛି। କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ଦୂତି। ଡୋପ ଟେଷ୍ଟରେ ଦୂତି ଫେଲ୍ ମାରିଛନ୍ତି। ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୁନାରେ ମିଳିଛି।
୨୦୨୨ ମସିହା ଡିସେମ୍ବର ୫ରେ ଦୂତିଙ୍କ ନମୁନା ସଂଗ୍ରହ କରାଯାଇଥିବାରୁ ଏହାପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ୍, ପୁରସ୍କାର ଏବଂ ପଏଣ୍ଟସ୍କୁ ଖାରଜ କରିଛନ୍ତି NADA। ୨୦୨୩ ମସିହା ୩ ଜାନୁଆରୀ ଠାରୁ ଦୂତିଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି।