ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶୀତଦିନେ ସକାଳୁ ଖାଆନ୍ତୁ ଚିନାବାଦାମ ଓ ମହୁ,ଶରୀର ପାଇଁ ମିଳିବ ଫାଇଦା

ଆଉ କିଛି ଦିନ ପରେ ଶୀତଦିନ ଆସିଯିବ ,ଶୀତଦିନେ ଚିନାବାଦାମ ସହିତ ଗୁଡ ଖାଇଲେ ଶରୀରକୁ ଲାଭ ମିଳିବ ସହିତ ପାଟିକୁ ମଧ୍ୟ ସ୍ୱାଦ ଲାଗିଥାଏ

ଚିନାବାଦାମରେ ଭରପୁର ମାତ୍ରାରେ ପ୍ରୋଟିନ ମିଳିଥାଏ l ତେଣୁ ରାତିରେ ଗୋଟିଏ ମୁଠା ଚିନାବାଦାମକୁ ପାଣିରେ ବତୁରାଈ ଦିଅନ୍ତୁ l ପରଦିନ ଏହାକୁ କଞ୍ଚା କିମ୍ବା ସିଝାଇ ଗୁଡ ସହିତ ଖାନ୍ତୁ l ଏହା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିବ l ଏହା ଆପଣଙ୍କ ଶରୀରରେ ରକ୍ତ ହୀନତାକୁ ଦୂର କରିବା ସହିତ ଅନେକ ରୋଗରୁ ମଧ୍ୟ ଦୁରେଇ ରଖିବା l ଗୁଡ଼ ଶରୀରକୁ ଡିଟକ୍ସିଫାଇ କରିବାରେ ସାହାଯ୍ୟ କରିଥାଏ l ଏହା ସହିତ ଏଥିରେ କ୍ୟାଲସିୟମ ,ଫସଫରସ ,ଆଇରନ ,ପୋଟାସିୟମ ,ଜିଙ୍କ ,ପ୍ରୋଟିନ ,ଭିଟାମିନ-ଡି ,ବି ଆଦି ପୋଷକତତ୍ୱ ଅଧିକ ମାତ୍ରାରେ ରହିଥାଏ l

* ରକ୍ତ ହୀନତାକୁ ଦୂର କରେ -ଆଜିକାଲି ଅଧିକାଂଶ ମହିଳା ରକ୍ତ ହୀନତାର ସମସ୍ୟାରେ ପୀଡିତ ରହୁଛନ୍ତି l ଯାହା ଆଗକୁ ଯାଇ ଆନିମିଆର କାରଣ ହେଉଛି l ଏଥିପାଇଁ ସକାଳୁ ଖାଲି ପେଟରେ ବତୁରା ଯାଇଥିବା ଚିନାବାଦାମ ସହିତ ଗୁଡ ଖାଇଲେ ଲାଭ ମିଳିଥାଏ l କାରଣ ଏଥିରେ ଭରପୁର ମାତ୍ରାରେ ଫାଇବର ଓ ଆଇରନ ରହିଛି ଯାହା ଶରୀରରେ ହେମୋଗ୍ଲୋବିନକୁ ସନ୍ତୁଳନ କରି ରଖିବ l

* ଦୁର୍ବଳତାକୁ ଦୂର କରିବ -ଠିକ ଢଙ୍ଗରେ ନିଜର ଖାନପନାର ଦାଇତ୍ୱ ନରଖି ପାରିବl କାରଣରୁ ଦୁର୍ବଳତାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ l ଦୁର୍ବଳତା ଲାଗିଲେ ଦେହ ଠକ ମଧ୍ୟ ଲାଗିଥାଏ l ଏହିପରି ଲାଗିବl ସମୟରେ କିଛି ଦିନ ପର୍ଯ୍ୟନ୍ତ ଗୁଡ଼ ଓ ଚିନାବାଦାମ ଖାଇବା ଲାଭ ଦାୟକ ହୋଇଥାଏ l

 

* କୋଷ୍ଠକାଠିନ୍ୟ ଓ ଏସିଡ଼ିଟି ପାଇଁ ହିତକର- ଚିନାବାଦାମ ଓ ଗୁଡ଼ ଦୁଇଟି ଯାକରେ ଅଧିକ ମାତ୍ରାରେ ଫାଇବର ରହିଥାଏ l ଯାହା ଅତ୍ୟନ୍ତ ସହଜ ଭାବରେ ପେଟ ସମ୍ବଧିହ ସମସ୍ୟାକୁ ଦୂର କୄଇବାରେ ସାହାଯ୍ୟ କରିଥାଏ l ଯଦି ଆପଣ ଏହି ସବୁ ସମସ୍ୟାରେ ପୀଡିତ ଅଛନ୍ତି ତେବେ ପ୍ରତେକ ଦିନ ସକାଳୁ କିଛି ମାତ୍ରାରେ ବତୁରା ଯାଇଥିବା ଚିନାବାଦାମ ସହିତ ଗୁଡ଼ ମିଶାଇ ଖାନ୍ତୁ ଯାହା ଆପଣଙ୍କୁ ଲାଭ ଦେବ l

* ଦାନ୍ତ ଓ ହାଡ଼କୁ ମଝବୁତ କରେ – ଚିନାବାଦାମ ଓ ଗୁଡ଼ରେ ଅଧିକ ମାତ୍ରାରେ କ୍ୟାଲସିୟମ ରହିଥାଏ l ଯାହା ଦାନ୍ତ ଓ ହାଡ଼କୁ ମଝବୁତ ରଖିବାରେ ସାହାଯ୍ୟ କରିଥାଏ l

* ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟକରେ -ଏଥିରେ ଭରପୁର ମାତ୍ରାରେ ଆଣ୍ଟିଆକ୍ସିଡେଣ୍ଟ ଗୁଣ ରହିଥିବା ହେତୁ ଆପଣଙ୍କର ଇମ୍ୟୁନ ସିଷ୍ଟମକୁ ମଝବୁତ ରଖିବାରେ ସାହାଯ୍ୟ କରିଥାଏ l ଯାହା ଦ୍ୱାରା ଆପଣ ସମସ୍ତ ପ୍ରକାର ରୋଗ ସଂକ୍ରମଣ ଓ ରୋଗରୁ ଦୁରେଇ ରହିବେ l କାରଣ ଶୀତଦିନେ ଥଣ୍ଡାର ପ୍ରଭାବରୁ ଅନେକ ପ୍ରକାରର ସଂକ୍ରମଣ ହୋଇଥାଏ ଯାହା ଆମକୁ ଦୁର୍ବଳ କରିଦେଇଥାଏ l ତେଣୁ ଶୀତଦିନେ ଏହାକୁ ଖାଇବାକୁ ଭୁଲିବେ ନାହିଁ l

Show More

Related Articles

Back to top button