ସ୍ୱାସ୍ଥ୍ୟ

ଶୀତଦିନେ ସେବନ କରନ୍ତୁ ମହୁ, ମିଳିବ ଏହି ୫ଟି ଫାଇଦା

ଶୀତଋତୁ ଆରମ୍ଭ ହୋଇ ଗଲାଣି ,ଯଦି ଏହି ଋତୁରେ ଆପଣ କିଛିଟା ଜିନିଷକୁ ନିଜ ଖାଦ୍ୟରେ ସାମିଲ କରି ନେବେ ତେବେ ତାହା ଆପଣଙ୍କ ଶରୀରକୁ ଅନେକ ପୋଷକତତ୍ୱ ଯୋଗାଇବା l ସେଠି ମଧ୍ୟରୁ ଗୋଟିଏ ହେଲା ମହୁ

ମହୁ କେବଳ ଛୋଟ ପିଲା ମାନଙ୍କ ପାଇଁ ଲାଭଦାୟକ ନୁହେଁ ,ବୟସ୍କ ମାନଙ୍କ ପାଇଁ ମଧ୍ୟ ମହୁ ଅତ୍ୟନ୍ତ ଲାଭ ଦାୟକ l ଏଥିରେ କାର୍ବୋ ହାଇଡ୍ରେଡ଼ ,ପ୍ରୋଟିନ ,ଭିଟାମିନ-ବି ଓ ସି ,ଆଇରନ ,ମ୍ୟାଗନେସିୟମ ,କ୍ୟାଲସିୟମ ,ଫସଫରସ ,ପୋଟାସିୟମ ,ସୋଡିୟମ ଭଳି ପୋଷକତତ୍ୱ ରହିଛି l ଏହା ଖାଇବାକୁ ଯେତିକି ମିଠା ଲାଗିଥାଏ ଶରୀର ପାଇଁ ମଧ୍ୟ ସେତିକି ଲାଭ ଦାୟକ ଅଟେ l ମହୁର ବ୍ୟବହାର କେବଳ ଶରୀରକୁ ପୋଷଣ ଦେବା ନୁହେଁ ,ବରଂ ସ୍ୱାସ୍ଥ୍ୟ ସମ୍ବଧୀୟ ସମସ୍ୟାର ଉପଚାର ପାଇଁ କରାଯାଇଥାଏ l ଅଧିକାଂଶ ଗବେଷକ ମାନେ କହିଛନ୍ତି ଯେ ମହୁ ସାଧାରଣ ଗୋଟିଏ ଘା କୁ ଶୁଖାଇବା ଠାରୁ ନେଇ କ୍ୟାନ୍ସରର ମଧ୍ୟ ଉପଚାର କରିଥାଏ l ଆଜି ଆସନ୍ତୁ ଜାଣିବା ମହୁର ୫ଟି ହିତ ବିଷୟରେ l

* ଆଣ୍ଟିଆକ୍ସିଡେଣ୍ଟରେ ଭରପୁର ଅଟେ ମହୁ -ଆଣ୍ଟିଆକ୍ସିଡେଣ୍ଟରେ ଭାରି ରହିଥିବା ମହୁ ଆପଣଙ୍କ ତ୍ୱଚା ଓ କେଶ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ଦାୟକ ଅଟେ l

* ଖରାପ କୋଲେଷ୍ଟ୍ରଲକୁ କମ କରିଥାଏ -ମହୁ ସେବନ କରିବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟ୍ରଲ ମାତ୍ର କମ ହୋଇଥାଏ l ତା ସହିତ ମହୁ ଶରୀରରେ ଭଲ କୋଲେଷ୍ଟ୍ରଲକୁ ବଢ଼ିବାରେ ସାହାଯ୍ୟ କରେ l ଏହା ବ୍ୟତୀତ ଶରୀର ଫୁଲିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ ,ଯାହା ଆମର ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ l

* ଗଳା ପାଇଁ ଲାଭ ଦାୟକ -ଶୀତ ଋତୁରେ କାଶ ଥଣ୍ଡା ପ୍ରଭୃତି ସମସ୍ୟା ଦେଖା ଦେଇଥାଏ l ଶୀତଋତୁରେ ପ୍ରତେକ ଦିନ ନିୟମିତ ଭାବରେ ମହୁ ଖାଇବା ଦ୍ୱାରା ଆପଣଙ୍କ ଗଳାକୁ ପୋଷଣ ମିଳିଥାଏ ,ଯାହା ଆପଣଙ୍କୁ କାଶ ଥଣ୍ଡା ପ୍ରଭୃତି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ l ଏମିତିରେ ବି ମହୁରେ ଗରମ ଅଂଶ ରହିଛି ଯାହା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ମାନଙ୍କ ପର୍ଯ୍ୟନ୍ତ ଶୀତଦିନେ କାମରେ ଆସେ l

* ହୃତପିଣ୍ଡକୁ ରଖେ ସୁସ୍ଥ-ମହୁରେ ଆଇରନ ,ମ୍ୟାଗନେସିୟମ ,ପୋଟାସିୟମ ଓ ସୋଡିୟମ ଭଳି ପୋଷକତତ୍ୱ ରହିଥିବା କାରଣରୁ ଏହା ଆମ ହୃତପିଣ୍ଡ ପାଇଁ ହିତକର l ଯଦି ଆମେ ମହୁରେ କିଛି ପରିମାଣରେ ପାନମଧୁରୀ ମିଶାଇ ଖାଇବା ଏହା ଆମର ହୃତପିଣ୍ଡକୁ ମଝବୁତ ରଖିବା l ହୃଦୟର ସ୍ୱାସ୍ଥ୍ୟ ପାଇଁ ମହୁ ଅତ୍ୟନ୍ତ ଗୁଣ କାରି l ଯଦି ଆପଣ ପ୍ରତେକ ଦିନ ଏକ ଚାମଚ ମହୁ ସେବନ କରିବେ ତେବେ ଏହା ଆପଣଙ୍କ ହୃଦୟକୁ ଠିକ ଭାବରେ କାର୍ଯ୍ୟ ଶିଳ କରାଇବ l

* ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ – କୋଷ୍ଠକାଠିନ୍ୟ ପେଟ ଫୁଲିବା ଭଳି ସମସ୍ୟାରୁ ଦୁରେଇ ରହିବ ପାଇଁ ମହୁ ସେବନ କରିବା ଅତ୍ୟନ୍ତ ହିତକର ଅଟେ l ତେଣୁ ଏହିସବୁ ବିଷୟକୁ ଆପଣ ଆଖି ଆଗରେ ରଖି ଯଦି କୌଣସି ପେଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଔଷଧ ସ୍ଥାନରେ ମହୁ ସେବନ କରନ୍ତୁ l ମହୁରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ଭରିହୋଇ ରହିଛି l ଯାହା ଆମର ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l

Show More

Related Articles

Back to top button