ଓଡ଼ିଶା

ଲଗାଣ ବର୍ଷାରେ ଭାସୁଛି ଟାଉନ୍ ପ୍ଲାନିଂ କଲୋନୀ

ଲହଡି ମାରୁଛି ଆଣ୍ଠୁଏ ଆଣ୍ଠୁଏ ପାଣି

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳରେ ଗାଁ ଗଣ୍ଡାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ଅବସ୍ଥା ଜଟିଳ ହୋଇପଡିଛି । ତେବେ ମଙ୍ଗଳବାର ସକାଳୁ ବର୍ଷା ଛାଡିଥିଲେ ମଧ୍ୟ ପାଗ କୋହଲା ରହିଛି । ତେବେ ହୋଇଥିବା ଲଗାଣ ବର୍ଷାରେ କେଉଁଠି ପାଚେରୀ ଭାଙ୍ଗି ପଡିଲାଣି ତ ଆଉ କେଉଁଠି ଗାଁ ଭିତରେ ପଶିଲାଣି ପାଣି । ସହରର କଥା ତ ନକହିବା ହିଁ ଭଲ। ଯେଉଁଆଡେ ଦେଖିବେ ଖାଲି ପାଣି ଆଉ ପାଣି । ବିଶେଷ କରି ସହରର ଦକ୍ଷିଣକାଳୀ, କୁମ୍ଭାରସାହି ଅଞ୍ଚଳରେ ବର୍ଷା ପାଣି ଲୋକଙ୍କୁ ନକେଦମ କରିଛି ।

ଏପଟେ ଟାଉନ ପ୍ଲାନିଂ କଲୋନୀବାସୀ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । କଲୋନୀ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ଭାଙ୍ଗୁଛି । ଆଉ ଡ୍ରେନ୍ ରାସ୍ତା ସବୁ ଜଳମଗ୍ନ ହୋଇଯାଇଛି । ଘରେ ଘରେ ଆଣ୍ଠୁଏ ଲେଖାଏଁ ବର୍ଷା ପାଣି ପଶି ଯାଇଛି । ଫଳରେ କଂସା ତାଟିଆ ଆସବାବପତ୍ର ଆଦି ପାଣିରେ ଭାସୁଥିବା ଦେଖାଯାଇଛି । ଗତ ଦୁଇଦିନ ହେଲା ଏହି ଟାଉନ୍ ପ୍ଲାନିଂ କଲୋନୀବାସୀଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଯାହାକୁ ନେଇ ଜଟିଳ ସ୍ଥିତିରେ ପଡିଯାଇଛନ୍ତି ଲୋକେ ।

Show More

Related Articles

Back to top button