ଓଡ଼ିଶା

ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି ‘ଦୃଶ୍ୟମ ୨’,ବର୍ତ୍ତମାନ ପର୍ଯ୍ୟନ୍ତ ଏତିକି ଆୟ

ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି ‘ଦୃଶ୍ୟମ ୨’ । ଗତ ୧୮ ନଭେମ୍ବରରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ । ବର୍ତ୍ତମାନ ପର୍ଯ୍ୟନ୍ତ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ଗ୍ରହଣ କରିଥିବାବେଳେ ଭଲ ଆୟ ମଧ୍ୟ କରିଚାଲିଛି ।

ରିଲିଜର ଚତୁର୍ଥ ଦିନରେ ‘ଦୃଶ୍ୟମ ୨’ କେତେ ରୋଜଗାର କରିଛି ଚାଲନ୍ତୁ ନଜର ପକାଇବା ।

ଚତୁର୍ଥ ଦିନରେ ‘ଦୃଶ୍ୟମ ୨’ର ଆୟ

୨୦୧୫ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦୃଶ୍ୟମ’ର ସିକ୍ୱେଲ୍ ହେଉଛି ‘ଦୃଶ୍ୟମ ୨’ । ରିଲିଜ ହେବାର ପ୍ରଥମ ଦିନରୁ ଏହି ଫିଲ୍ମକୁ ପସନ୍ଦ କରାଯାଉଛି । ଫିଲ୍ମର ଆୟ ହିଁ ସିନେମାର ସଫଳତା ବଖାଣୁଛି । ପ୍ରଥମ ଦିନରେ ‘ଦୃଶ୍ୟମ ୨’ ୧୫.୩୮ କୋଟି ଟଙ୍କା ଆୟ କରିଥିବା । ଦ୍ୱିତୀୟ ଦିନରେ ଫିଲ୍ମରଟି ୨୧.୫୯ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଫିଲ୍ମର ତୃତୀୟ ଦିନର ଆୟ ମଧ୍ୟ ଆଶାଠୁ ଅଧିକ ରହିଥିଲା ଫିଲ୍ମ ୨୭.୧୭ କୋଟି ଟଙ୍କା ରୋଜଗାର କରିଥିଲା ​​।

ସେହିପରି ଚତୁର୍ଥ ଦିନରେ ମଧ୍ୟ ଫିଲ୍ମର ଚାହିଦାରେ ଦେଖିବା ପାଇଁ ମିଳିଥିଲା । ସମାଲୋଚକ ତରନ୍ ଆଦର୍ଶଙ୍କ ରିପୋର୍ଟ ଅନୁସାରେ ଚତୁର୍ଥ ଦିନରେ ଫିଲ୍ମଟି ୧୧.୮୭ କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଥିଲା । ଫିଲ୍ମର ମୋଟ୍ ଆୟ ୭୬.୦୧ କୋଟି ଟଙ୍କାକୁ ଅଧିକ ରହିଥିବା ନେଇ ସୂଚନା ରହିଛି ।

 

Show More

Related Articles

Back to top button