ଜଣ୍ଡିସ ନିୟନ୍ତ୍ରଣ ସହ ମୁହଁର ଉଜ୍ଜ୍ୱଳତା ବୃଦ୍ଧି ପାଇଁ ପିଅନ୍ତୁ ଏହି ଜୁସ୍
ଶୀତଦିନେ ବଜାରରେ ସତେଜ ପନିପରିବା ସହ ମୂଳା ଅଧିକାଂଶ ବିକ୍ରି ହୋଇଥାଏ । ମୂଳା ଖାଇବାକୁ ଅନେକ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆପଣ ଜାଣନ୍ତି କି ସ୍ୱାସ୍ଥ୍ୟଗତ ବିଭିନ୍ନ ସମସ୍ୟାରୁ ରକ୍ଷା କରିଥାଏ ଏହି ମୂଳା । ମୂଳାରେ ପୋଟାସିୟମ୍, ଫୋଲେଟ୍, ରାବୋଫ୍ଲୋବିନ୍, ନାଇସିନ୍, ଭିଟାମିନ୍ କେ, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ ବି-୬ ଭଳି ପୋଷକ ତତ୍ତ୍ୱ ରହିଥାଏ ।
ତେବେ ଆସନ୍ତୁ ଜାଣିବା ମୂଳାରୁ କେଉଁସବୁ ଉପକାର ମିଳିଥାଏ-
-ମୂଳାରେ ଆଣ୍ଟି କଞ୍ଜେଷ୍ଟିଭ୍ ଗୁଣ ଭରି ରହିଥାଏ। ଏଥିପାଇଁ ଥଣ୍ଡା, କାଶ ଆରମ୍ଭ ହେଲା ମାତ୍ରେ ଆପଣ ନିଜ ଡାଏଟ୍ରେ ମୂଳା ସାମିଲ କରନ୍ତୁ। ଏଥିରେ କଫ ମଧ୍ୟ ଦୂର ହୋଇଯାଇଥାଏ।
-ମୂଳାରେ ଫାଇବର ତତ୍ତ୍ୱ ଅଧିକ ମାତ୍ରାରେ ରହିଥାଏ, ଯାହା କୋଷ୍ଠକାଠିନ୍ୟ ପାଇଁ ବହୁତ ଲାଭଦାୟକ। ଏହା ଖାଦ୍ୟନଳୀର ନିମ୍ନ ଭାଗକୁ ସୁସ୍ଥ ରଖିଥାଏ। ମୂଳା ସେବନ କରିବା ଦ୍ୱାରା ପାଚନ କ୍ରିୟା ଠିକ୍ ରହିଥାଏ। ଏହା କିଡ୍ନୀ ପାଇଁ ମଧ୍ୟ ବହୁତ ଫଳପ୍ରଦ।
-ତା’ସହ ରୋଗ ପ୍ରତିରୋଧକ କ୍ଷମତା ପାଇଁ ମୂଳା ବରଦାନ ଭଳି କାମ କରିଥାଏ। ଦୈନନ୍ଦିନ ମୂଳା ଜୁସ୍ ସେବନ କଲେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ହୋଇଥାଏ ଏବଂ ଚର୍ମଜନିତ କୌଣସି ସଂକ୍ରମଣ ସମସ୍ୟା ଥିଲେ ତାହା ଦୂର ହୋଇଯାଏ।
-କେବଳ ସେତିକି ନୁହେଁ, ମୂଳା ସେବନ ଦ୍ୱାରା କ୍ୟାନସର୍ ଭଳି ପ୍ରାଣଘାତକ ରୋଗରୁ ମଧ୍ୟ ଆରୋଗ୍ୟ ମିଳିଥାଏ। ଓଜନ କମ୍ କରିବା ସହିତ ହାଡ ଶକ୍ତ କରିଥାଏ। ଏହା ସହିତ ମାରାତ୍ମକ ଜଣ୍ଡିସକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।
-ମୂଳାରେ ହାଇପରଣ୍ଟେସିଭ୍ ଗୁଣ ରହିଛି। ଏହାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ରହିଥାଏ। ମୂଳାରେ ଭରପୂର ମାତ୍ରାରେ ପୋଟାସିୟମ୍ ମିଳିଥାଏ, ଯାହାକି ଶରୀରରେ ସୋଡିୟମ୍, ପୋଟାସିୟମ୍ର ଅନୁପାତକୁ ବାଲାନ୍ସ କରିବାରେ ସାହାଯ୍ୟ କରିଥାଏ।