ଜୀବନଚର୍ଯ୍ୟା

ବୈଜ୍ଞାନିକଙ୍କ ନୂଆ ଗବେଷଣା : ଶୋଇଥିବା ସମୟରେ ସ୍ଵପ୍ନ ଦେଖିବେ ନିଜ ଇଚ୍ଛାରେ

ଆଜିର ବିଜ୍ଞାନ ଯୁଗରେ ସବୁକିଛି ସମ୍ଭବ l ଦିନକୁ ଦିନ ବୈଜ୍ଞାନିକ ମାନେ ବିଭିନ୍ନ ଗବେଷଣା ଜରିଆରେ ଆମ ବିଶ୍ୱକୁ ନେଇ ଅନେକ ଆଗରେ ପହଞ୍ଚେଇ ଦେଲେଣି l ସେଇଭଳି ଆଉ ଗୋଟିଏ ଗବେଷଣା ମଧ୍ୟ ହୋଇଗଲାଣି

ଆମ ସଭିଙ୍କୁ ନିଦରେ ଶୋଇବା ପରେ ବିଭିନ୍ନ ସ୍ଵପ୍ନ ଆସିଥାଏ ,କିନ୍ତୁ ସେହି ସ୍ଵପ୍ନ ମାନଙ୍କ ଉପରେ ଆମର ନିୟନ୍ତ୍ରଣ ରହି ନଥାଏ l

ଆମେ ଚାହିଁଲେ ମଧ୍ୟ କୌଣସି ଭଲ ସ୍ୱପ୍ନକୁ ଲଗାତାର ଦେଖି ପାରୁନାହିଁ l କିମ୍ବା କୌଣସି ଖରାପ ସ୍ୱପ୍ନକୁ ଦୁରେଇ ପାରୁ ନାହିଁ l କିନ୍ତୁ ଭବିଷ୍ୟତରେ ଏପରି କିଛି ଘଟିବାକୁ ଯାଉଛି ଯାହା ଦ୍ୱାରା ଆମର ନିଜ ସ୍ଵପ୍ନ ଉପରେ ନିୟନ୍ତ୍ରଣ ରହିବ l ତାହା ପୁଣି ହାତରେ ଗୋଟିଏ ଛୋଟ ଡିଭାଇସ ପିନ୍ଧି l ଏହାର ଅର୍ଥ ଆମେ ଆମର ପ୍ରିୟ ସ୍ୱପ୍ନକୁ ଲଗାତାର ଦେଖିପାରିବା l ମଶାଚୁଏଟସ ଇନସ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ର ବୈଜ୍ଞାନିକ ଆପଣଙ୍କ ସ୍ୱପ୍ନକୁ ହ୍ୟାକ୍‌ କରିବାକୁ ଯୋଗାଡ଼ରେ ଲାଗିଛନ୍ତି l

ଏହାକୁ ନେଇ ଡ୍ରିମ ଲ୍ୟାବ ରେ ଡିଭାଇସ ପ୍ରସ୍ତୁତ କରାଯାଉଛି l ଯେଉଁ ଡିଭାଇସ ସାହାଯ୍ୟରେ ଆପଣଙ୍କର ସମ୍ପୂର୍ଣ ନିୟନ୍ତ୍ରଣ ନିଜ ସ୍ଵପ୍ନ ଉପରେ ରହିବ l ସେଠାରେ ଗବେଷଣା ରତ ଜଣେ ବୈଜ୍ଞାନିକ କହିଛନ୍ତି ଆମର ଅଧା ନିଦ ସ୍ଵପ୍ନ ଦେଖିବାରେ ଖରାପ ହୋଇ ଯାଇଥାଏ l କାରଣ ଆମେ ବେଳେବେଳେ କିଛି ଏପରି ସ୍ଵପ୍ନ ଦେଖିଥାଉ ଯାହାଦ୍ୱାରା ଆମ ସ୍ବପ୍ନ ଖରାପ ହୋଇଯାଇଥାଏ l ସେହି ବୈଜ୍ଞାନିକ ଜଣଙ୍କ କହିଛନ୍ତି ଯେ ଯଦି ଆମର ସ୍ଵପ୍ନ ଉପରେ ଆମର ନିୟନ୍ତ୍ରଣ ରହିବ ତେବେ ଆମ ବ୍ୟକ୍ତିତ୍ୱର ଆହୁରି ଉନ୍ନତି ହେବ l

ଏହି ଡିଭାଇସ ଟିର ନାମ ହେଉଛି ଡୋରିମୋ ,ଏହାକୁ ହାତ ପାପୁଲିରେ ପିନ୍ଧା ଯାଇଥାଏ l ଏଥିରେ ଅନେକଗୁଡ଼ିଏ ସେନ୍ସର ଲଗା ଯାଇଥାଏ l ଡୋରିମୋ ଶୋଇଥିବା ବ୍ୟକ୍ତିର ସ୍ଥିତିକୁ ଯାଞ୍ଚ କରିଥାଏ l ଏହି ଡିଭାଇସ ଚେତନାରେ କି ଅର୍ଧ ଚେତନାରେ ମନୁଷ୍ୟ ଅଛି ତାହାକୁ ଯାଞ୍ଚ କରେ l ଯେତେବେଳେ ମନୁଷ୍ୟ ଏହି ଦୁଇ ସ୍ଥିତିର ମଝିରେ ଥାଏ ତାହାକୁ ହ୍ୱିପ୍ରାଗୋଗିୟା କୁହାଯାଏ l ବର୍ତମାନ ଏହାକୁ ୫୦ ଜଣଙ୍କ ଉପରେ ଟ୍ରାଏଲ କରାଯାଇଛି l

ଗବେଷଣା ବେଳେ ଏହି ଡିଭାଇସ ରେ ବାଘ ବୋଲି ଯେତେବେଳ ଶୁଣାଗଲା ସେତେବେଳେ ସେମାନଙ୍କ ସ୍ୱପ୍ନରେ ବାଘ ଆସିଲା l ଏହି ଡିଭାଇସ ରେ କିଛି ପରିବର୍ତନ ମଧ୍ୟ କରାଯିବ l

Show More

Related Articles

Back to top button