ଓଡ଼ିଶାମୁଖ୍ୟ ଖବର

ଡୋର୍ ଟୁ ଡୋର୍ ସର୍ଭେକୁ କରାଯିବ ଫୋକସ୍

ବର୍ତ୍ତମାନ ଗ୍ରାମାଞ୍ଚଳକୁ ଫୋକସ୍ କରାଯାଉଛି ତାହା ନୁହେଁ ଗତବର୍ଷ ଠାରୁ ଗ୍ରାମାଞ୍ଚଳକୁ ଫୋକସ୍ କରାଯାଉଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଆଇଏଲଆଇ ସର୍ଭେ ସହ ଡେଙ୍ଗୁ, ମ୍ୟାଲେରିଆ ଓ ଡାଏରିଆର ଇଣ୍ଟିଗ୍ରେଟେଡ଼ ସର୍ଭେ ହୋଇଥିଲା ତିନି ମାସ ପାଇଁ

ସରକାରଙ୍କ ନିର୍ଦ୍ଦେଶକ୍ରମେ ଡୋର୍ ଟୁ ଡୋର୍ ସର୍ଭେକୁ ଫୋକସ୍ କରାଯିବ । ଯେଉଁମାନଙ୍କର ଲକ୍ଷଣ ଥିଲା ଆସୁଥିଲେ ଟେଷ୍ଟ ପାଇଁ । କିନ୍ତୁ ଏଣିକି ନିୟମିତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ଡୋର୍ ଟୁ ଡୋର୍ ସର୍ଭେ କରିବେ । ଲକ୍ଷଣ ଆସିଲେ ଟେଷ୍ଟ କରାଯିବ । ବର୍ତ୍ତମାନ ଟେଷ୍ଟ ୫୬ ହଜାର ହେଉଛି ଆଗକୁ ବଢିବ । ସମ୍ବଲପୁର, ଭୀମସାର, ଏସସିବି ଓ ଭୁବନେଶ୍ବରରେ ସଂକ୍ରମଣକୁ ଦେଖି ଆଇସିୟୁ ଓ ବେଡ଼ ବ୍ୟବସ୍ଥା କରାଯାଉଛି ଲୋକଙ୍କୁ ରଖିବା ପାଇଁ । ଷ୍ଟଡ଼ି କହୁଛି ପ୍ଲାଜମା ଏତେଟା ଫଳପ୍ରଦ ହେଉନି । ଏବେବି ପ୍ଲାଜମା ଅଛି । କିନ୍ତୁ ଯେଉଁଟା ଫଳପ୍ରଦ ହେଉନି ତାଉପରେ ଫୋକସ୍ ନକରି ଯେଉଁଟା ଫଳପ୍ରଦ ହେଉଛି ତାଉପରେ ଫୋକସ୍ କରାଯିବ ଆବଶ୍ୟକ ।

ସୁନ୍ଦରଗଡରେ ସଂକ୍ରମଣ ଅଧିକ ଥିଲା ଏବେ କମୁଛି । କଟକ ଓ ଖୋର୍ଦ୍ଧା ମାଇଗ୍ରେଟେଡ୍ ସ୍ଥାନ ହୋଇଥିବାରୁ ଅଧିକ ଥିଲା ରହିବ ମଧ୍ୟ । ରାଜ୍ୟରେ ସଂକ୍ରମଣ ଟ୍ରେଣ୍ଡ ଖସୁଛି ବୋଲି ଚୁପ୍ ରହିବା ନାହିଁ । ଯେଉଁ ବୟସ ବର୍ଗକୁ ଟୀକାକରଣ ହୋଇନି କିପରି କରିହେବ ତାହା ଉପରେ ଫୋକସ୍ ରହିବ ।

Show More

Related Articles

Back to top button