
ବକ୍ସ ଅଫିସରେ ନିଜର ଜଲୱା ଦେଖାଉଛି ଆୟୁଷ୍ମାନ ଖୁରାନା ଏବଂ ରକୁଲ ପ୍ରୀତ ସିଂ ଅଭିନୀତ ଫିଲ୍ମ ‘ଡକ୍ଟର-ଜୀ’ । ଗତ ଅକ୍ଟୋବର ୧୪ରେ ପ୍ରେକ୍ଷାଳୟରେ ଫିଲ୍ମଟି ମୁକ୍ତିଲାଭ କରିଥିବାବେଳେ ପ୍ରଥମ ଦିନରେ କଲେକସନ୍ କରିଥିଲା ୩ କୋଟି ୬୫ ଲକ୍ଷ ଟଙ୍କା । ଦ୍ଵିତୀୟ ଦିନରେ ମଧ୍ୟ ଦବଦବା ଜାରି ରଖିଛି । ସେହିପରି ୪କୋଟି ୯୫ ଲକ୍ଷରୁ ୫ କୋଟି ୧୦ ଲକ୍ଷ ଟଙ୍କା ଦ୍ୱିତୀୟ ଦିନରେ ବ୍ୟବସାୟ କରିଥିବା ସୂଚନା ମିଳିଛି ।
ଫିଲ୍ମର ନେଟ୍ କଲେକ୍ସନରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି। କାରଣ ଅକ୍ଟୋବର ୨୫ ରେ ଅଜୟ ଦେବଗନ୍ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଥାଙ୍କ୍ ଗଡ’ ରିଲିଜ୍ ହେବ। କେବଳ ଏତିକି ନୁହେଁ, ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ରାମ ସେତୁ’ ମଧ୍ୟ ସେହି ଦିନ ରିଲିଜ ହେଉଛି।
ଏହି ଫିଲ୍ମର କାହାଣୀରେ ଜଣେ ପୁଅ MBBS ରେ ଅର୍ଥୋପେଡିକ୍ ଅଧ୍ୟୟନ କରିବାକୁ ଚାହୁଁଥିବାବେଳେ ତାକୁ ଗାଇନୋକୋଲୋଜି ମିଳିଛି । ପଢା ପଢି କରି ଜଣେ ପୁରୁଷ ଡାକ୍ତର ହୁଅନ୍ତି କିନ୍ତୁ ସେ ସ୍ତ୍ରୀ ରୋଗ ବିଶେଷଜ୍ଞ ଅଟନ୍ତି । କେଉଁ କେଉଁ ଆହ୍ଵାନ ପୂର୍ଣ୍ଣ ସହ ବିଭିନ୍ନ ପ୍ରକାରର ଲୋକଙ୍କୁ କିପରି ସାମ୍ନା କରନ୍ତି, ଏହା ହେଉଛି ଫିଲ୍ମର କାହାଣୀ