ଓଡ଼ିଶାସ୍ୱତନ୍ତ୍ର

ନିବେଶକ ସମ୍ମିଳନୀରେ ଯୋଗ ଦେବା ପାଇଁ ହାଇଦରାବାଦ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ହାଇଦରାବାଦ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ନିବେଶକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ବରରେ ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେବା ସହ ପୁଞ୍ଜିପତିଙ୍କୁ ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରିବେ ବୋଲି ସୂଚନା ମିଳିଛି । ସେହିପରି ସେଠାରୁ ୧୮ ତାରିଖରେ ସେ ମୁମ୍ବଇ ଯିବାର କାର୍ଯ୍ୟକ୍ରମ ରହିଛି ।

ମିଳିଥିବା ସୂଚନା ଅନୁସାରେ, ରବିବାର ଦିନ ୨ଟାରେ ମୁଖ୍ୟମନ୍ତ୍ରୀ ହାଇଦରାବାଦ ଅଭିମୁଖେ ଗସ୍ତ କରିବେ । ସୋମବାର ଦିନ ହାଇଦରାବାଦ ତାଜ୍ କ୍ରିଷ୍ଣା ହୋଟେଲରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ସେ ଯୋଗଦେଇ ଶିଳ୍ପପତିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ । ୧୮ ତାରିଖ ପୂର୍ବାହ୍ନ ୯ଟା ୨୫ ମିନିଟରେ ହାଇଦରାବାଦରୁ ମୁଖ୍ୟମନ୍ତ୍ରୀ ମୁମ୍ବଇ ଗସ୍ତ କରିବେ । ୧୯ ତାରିଖ ମୁମ୍ବଇସ୍ଥିତ ଓଡ଼ିଶା ଭବନର ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେଠାରେ କାର୍ଯ୍ୟକ୍ରମ ସାରି ସେହିଦିନ ସନ୍ଧ୍ୟାରେ ଭୁବନେଶ୍ବର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।

Show More

Related Articles

Back to top button