ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

କରିନିଅନ୍ତୁ ଜରୁରୀ କାମ, ଆଗାମୀ ୪ ଦିନ ବ୍ୟାଙ୍କ ବନ୍ଦ

ମାସର ଶେଷ ସପ୍ତାହରେ ୪ ଦିନ ବନ୍ଦ

ଅଗଷ୍ଟ ମାସରେ ପର୍ବ ପର୍ବାଣୀ ଭରି ରହିଛି । ରକ୍ଷୀ ପୂର୍ଣ୍ଣିମା ସହ ଆଉ କିଛି ପର୍ବ ଯାଇଥିବା ବେଳେ ଆଗକୁ ଆଉ କିଛି ଆସୁଛି । ଏହାରି ମଧ୍ୟରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ଜଡ଼ିତ କାମ ରହିଛି ତେବେ ଆଜି ଏହାକୁ ସାରି ଦିଅନ୍ତୁ । କାରଣ ୧୮ରୁ ୨୧ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ପୂର୍ବରୁ ସ୍ୱାଧୀନତା ଦିବସ ଛୁଟି ସମେତ ଅନ୍ୟ ଛୁଟିକୁ ମିଶାଇ ଲଗାତାର ୬ଟି ଛୁଟିରେ ବ୍ୟାଙ୍କ୍‌ ବନ୍ଦ ରହିଥିଲା । ଚଳିତ ସପ୍ତାହରେ ଅର୍ଥାତ ୧୮ ଅଗଷ୍ଟରେ ଜନ୍ମାଷ୍ଟମୀ ପର୍ବ ରହିଥିବା ବେଳେ ଏହି ଦିନ ବ୍ୟାଙ୍କ ଖୋଲା ରହିବ ନାହିଁ । ୧୯ ଅଗଷ୍ଟରେ କୃଷ୍ଣ ଜୟନ୍ତୀ ଏବଂ ଅଗଷ୍ଟ ୨୦ରେ ନନ୍ଦୋତ୍ସବ ରହିଛି । ଅର୍ଥାତ ଶୁକ୍ରବାର ଏବଂ ଶନିବାର ଛୁଟି ରହିଥିବା ବେଳେ ରବିବାର ଛୁଟିକୁ ମିଶା ମୋଟ ୪ ଦିନ ବ୍ୟାଙ୍କ ବନ୍ଦ ରହିବ ।

ଆର୍‌ବିଆଇର କ୍ୟାଲେଣ୍ଡର ଅନୁଯାୟୀ, ଅଗଷ୍ଟ ମାସରେ ମୋଟ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବା ନେଇ ନିର୍ଦ୍ଧାରିତ ହୋଇଛି । ଏଥିସହିତ ୪ ସାପ୍ତାହିକ ଛୁଟି ମଧ୍ୟ ସାମିଲ୍‌ ରହିଛି । ମାସର ଶେଷ ସପ୍ତାହରେ ୪ ଟି ବ୍ୟାଙ୍କିଂ ହଲିଡେ ମଧ୍ୟ ରହିବ । ଅଗଷ୍ଟ ୨୭ ଓ ୨୮, ଚତୁର୍ଥ ଶନିବାର ଏବଂ ରବିବାର ସାପ୍ତାହିକ ଛୁଟି ରହିବ । ୨୯ ଅଗଷ୍ଟରେ ଶ୍ରୀମନ୍ତ ମକରନ୍ଦ ତିଥି ଥିବା ବେଳେ ୩୧ ତାରଖରେ ଗଣେଶ ଚତୁର୍ଥୀ ରହିଛି । ତେଣୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବା ନେଇ ଜଣାପଡ଼ିଛି ।

Show More

Related Articles

Back to top button