ଜୀବନଚର୍ଯ୍ୟାଦେଶ ବିଦେଶ

ଆପଣଙ୍କ ପାଦ ତଳେ ରହିଛି କି ଏହି ସବୁ ଚିହ୍ନ

ତେବେ ଆପଣ ହୋଇପାରନ୍ତି ଭାଗ୍ୟଶାଳୀ

ଭଗବାନ ବିଷ୍ଣୁ ହେଉଛନ୍ତି ହିନ୍ଦୁ ମାନଙ୍କର ଆରାଧ୍ୟ ଦେବତା l ତାଙ୍କୁ ପୂଜା କରିଥାଉ ସମ୍ପୂର୍ଣ୍ଣ ଭକ୍ତି ଓ ସମର୍ପଣ ଦ୍ୱାରା ,ଯାହା ଦ୍ୱାରା ଆମେ ଜୀବନରେ ସଫଳତା ହାସଲ କରିବା ସହିତ ସୁଖପ୍ରାପ୍ତି କରିଥାଉ l ବିଷ୍ଣୁଙ୍କର ଗୋଟିଏ ଅବତାର ହେଉଛନ୍ତି ଶ୍ରୀ କୃଷ୍ଣ l ମହାଭାରତ କାଳରୁ ଶ୍ରୀ କୃଷ୍ଣଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ରହି ଆସିଛି l ଆଜି ଆମେ ଆପଣଙ୍କୁ କୃଷ୍ଣଙ୍କ ପାଦ ସହିତ ଯୋଡି ହୋଇଥିବା କିଛି ତଥ୍ୟ ବିଷୟରେ ଜଣାଉଛୁ l କୃଷ୍ଣଙ୍କ ପାଦ ତଳେ ରହିଥିଲା ଏପରି କିଛି ଚିହ୍ନ ଯାହାକୁ ଶୁଭ ସଂକେତ ଭାବରେ ଗଣନା କରାଯାଉଥିଲା ,କୁହାଯାଏ ଯେ ଯଦି କୌଣସି ସାଧାରଣ ମନୁଷ୍ୟ ପାଖରେ ଏହି ଚିହ୍ନ ରହିଛି ତେବେ ସେ ମନୁଷ୍ୟର ଭାଗ୍ୟ ବଦଳି ଯାଇଥାଏ l ଚଳାବତୁ ଆଜି ଜାଣିବା ସେହି ବିଶେଷ ଚିହ୍ନ ବିଷୟରେ l

ଅର୍ଦ୍ଧଚନ୍ଦ୍ରର ଚିହ୍ନ -ଆପଣ ଭଗବାନ ଶିବଙ୍କ ଜଟାରେ ଅର୍ଦ୍ଧଚନ୍ଦ୍ର ରହିଥିବାର ଦେଖିଥିବେ , କିନ୍ତୁ ଆପଣ କଣ ଜାଣିଛନ୍ତି ଯେ କୃଷ୍ଣଙ୍କ ପାଦତଳେ ମଧ୍ୟ ଅର୍ଦ୍ଧଚନ୍ଦ୍ରର ଚିହ୍ନ ଅଙ୍କିତ ଥିଲା l ଯଦି ଆପଣଙ୍କ ପାଦ ତଳେ ଅର୍ଦ୍ଧଚନ୍ଦ୍ର ଅଙ୍କିତ ହୋଇଛି ତେବେ ଆପଣ ନିଜକୁ ଭାଗ୍ୟଶାଲୀ ମାନେ କରି ପାରନ୍ତି l

ମାଛର ଚିହ୍ନ -ଶ୍ରୀ କୃଷ୍ଣ ଭଗବାନ ବିଷ୍ଣୁଙ୍କ ଅବତାର ଅଟନ୍ତି ଓ ସେ ମତ୍ସ୍ୟ ରୂପ ମଧ୍ୟ ଧାରଣ କରିଥିଲେ l ଏହି କାରଣରୁ କୃଷ୍ଣଙ୍କ ପାଦ ତଳେ ମଧ୍ୟ ଏହି ଚିହ୍ନ ରହିଥିଲା l ଯାହାକୁ ଶୁଭ ସଂକେତ ବୋଲି ଗ୍ରହଣ କରାଯାଏ l

ଶଙ୍ଖ ଚିହ୍ନ – ଶ୍ରୀ କୃଷ୍ଣଙ୍କ ପାଦ ତଳେ ମଧ୍ୟ ଶଙ୍ଖ ଚିହ୍ନ ରହିଥିଲା l ଆମ ହିନ୍ଦୁ ପରମ୍ପରାରେ ମଧ୍ୟ ପୂଜା ପାଠରେ ଶଙ୍ଖର ବିଶେଷ ମହତ୍ୱ ରହିଛି l ଏହି କାରଣରୁ ଶଙ୍ଖ ଚିହ୍ନ ଥିବା ବ୍ୟକ୍ତି ଜୀବନରେ ସଫଳତା ଲାଭ କରେ l

ତ୍ରିକୋଣ ଚିହ୍ନ -କୁହାଯାଏ ଯେ ଶ୍ରୀ କୃଷ୍ଣଙ୍କ ଭଳି ଯଦି ଆପଣଙ୍କ ପାଦ ତଳେ ତ୍ରିକୋଣ ଆକାରର ଚିହ୍ନ ରହିଛି ,ତେବେ ସେହି ବ୍ୟକ୍ତି ସଂସାରରେ ଖୁବ କୀର୍ତ୍ତିମାନ ହୋଇଥାଏ l

ଗୋଇଠିରେ ଚକ୍ର ଚିହ୍ନ -ଭଗବାନ କୃଷ୍ଣ ଙ୍କର ଚକ୍ର ହେଉଛି ସବୁଠୁ ପ୍ରିୟ l ତେଣୁ କୃଷ୍ଣଙ୍କ ପାଦ ତଳ ଭଳି ଆପଣଙ୍କ ଗୋଇଠିରେ ଯଦି ଚକ୍ର ଚିହ୍ନ ରହିଛି ତେବେ ଆପଣ ଭାଗ୍ୟଶାଳୀ ଅଟନ୍ତି l

Show More

Related Articles

Back to top button