ସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଅଣ୍ଡା ସହ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ

ଅଣ୍ଡା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଅଣ୍ଡାରେ ଭିଟାମିନ ଏ, ବି୬,ବି୧୨,ପ୍ରୋଟିନ, ଆଇରନ, ଏମିନୋ ଏସିଡ,ଫସଫରସ ଓ ସେଲେନିୟମ ଭଳି ଅନେକ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥିବାରୁ ଏହାକୁ ନିୟମିତ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ନିୟମିତ ଏହାକୁ ସେବନ କରିବା ଦ୍ୱାରା ଖୁବ ଲାଭଦାୟକ ହୋଇଥାଏ। ମାତ୍ର ସଭିଏଁ ହୁଏତ ଜାଣିନଥିବେ ସ୍ୱାସ୍ଥ୍ୟ ପାଇଁ ଏହା ଉପକାରୀ ହେବା ସହ ଅଣ୍ଡା ଖାଇବା ସମୟରେ କିଛି ସ୍ୱତନ୍ତ୍ର କଥା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ।

ଅଣ୍ଡା ସହ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ-

-ଅଣ୍ଡା ସହ ଚିନି ସେବନ କରନ୍ତୁ ନାହିଁ । ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଅଣ୍ଡା ଓ ଚିନିରେ ଥିବା ଏକ ପ୍ରକାର ଏସିଡ୍‌ ନିର୍ଗତ ହୋଇ ଶରୀରରେ ଖାଦ୍ୟକୁ  ବିଷାକ୍ତ କରିଥାଏ। ଏହି କାରଣରୁ ରକ୍ତ ସଞ୍ଚାଳନରେ ସମସ୍ୟା ହେବା ସହ ପେଟ ଜନିତ ରୋଗ ମଧ୍ୟ ହୋଇଥାଏ।

– ସେହିପରି ସୋୟା ମିଲ୍କରେ ଭେଜିଟେବଲ୍‌ ପ୍ରୋଟିନ,ଭିଟାମିନ,ମିନେରାଲ୍ସ ଆଦି ପ୍ରଚୁର ମାତ୍ରାରେ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ମାତ୍ର ସୋୟା ମିଲ୍କ ସହ ଅଣ୍ଡା ଏକାଠି ଖାଇଲେ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ହୋଇଥାଏ।

-ଅଣ୍ଡା ସହ ଚା’ ପିଇଲେ ଏହା କୋଷ୍ଠକାଠିନ୍ୟ ଓ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଏହି କାରଣରୁ ଅଣ୍ଡା ଓ ଚା’ର ଏକତ୍ରିତ ସେବନ କରନ୍ତୁ ନାହିଁ।

-ଅଣ୍ଡା ଓ କଦଳୀ ଉଭୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ମାତ୍ର ଅଣ୍ଡା ଓ କଦଳୀକୁ ଏକାଠି ସେବନ କରନ୍ତୁ ନାହିଁ। ଏହାଦ୍ୱାରା ବଦହଜମି ,କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

-ଅଣ୍ଡା ଖାଇବା ପରେ ତୁରନ୍ତ କୌଣସି ଖଟା ଜାତୀୟ ଜିନିଷର ସେବନ କରନ୍ତୁ ନାହିଁ। ଏପରି କରିବା ହୃଦୟ ଜନିତ ରୋଗ ଓ ସମସ୍ୟା ହେବାର ସମ୍ଭାବନା ଅଧିକ ଥାଏ।

Show More

Related Articles

Back to top button