Breaking PLUSଓଡ଼ିଶାମୁଖ୍ୟ ଖବର

କଟକଣା କୋହଳ ହୋଇଥିବା ୧୭ଟି ‘ଏ ‘ ବର୍ଗ ଜିଲ୍ଲାରେ ଆରମ୍ଭ ହେବ ଡିଏଲ୍ ପରୀକ୍ଷା

ରାଜ୍ୟ ପରିବହନ ପ୍ରାଧିକରଣ ଘୋଷଣା କରିଛି ଯେ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ୧୭ଟି 'ଏ ‘ ବର୍ଗ ଜିଲ୍ଲାରେ ଆରମ୍ଭ ହେବ । ଏହି ଜିଲ୍ଲାଗୁଡ଼ିକ ହେଉଛି ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଗଜପତି, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୁଆପଡା, ରାୟାଗଡା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡରେ ହୋଇଛି ।

ରାଜ୍ୟ ପରିବହନ ପ୍ରାଧିକରଣ ଘୋଷଣା କରିଛି ଯେ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ୧୭ଟି ‘ଏ ‘ ବର୍ଗ ଜିଲ୍ଲାରେ ଆରମ୍ଭ ହେବ । ଏହି ଜିଲ୍ଲାଗୁଡ଼ିକ ହେଉଛି ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଗଜପତି, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୁଆପଡା, ରାୟାଗଡା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡରେ ହୋଇଛି । ଆସନ୍ତା ୨୧ ତାରିଖରୁ ସକାଳ ୧୧ଟା ଠାରୁ ଏହି ଜିଲ୍ଲା ପାଇଁ ଡ୍ରାଇଭିଂ ଲାଇସେନ୍ସ ସ୍କିଲ୍‌ ଟେଷ୍ଟ ସ୍ଲଟ୍‌ ବୁକିଂ ଆରମ୍ଭ ହେବ । ପ୍ରତିଦିନ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ବୁକିଂ ପାଇଁ ଟେଷ୍ଟ ସ୍ଲଟ୍‌ ଖୋଲାଯିବ । ପରିବହନ ବିଭାଗ ଆହୁରି ମଧ୍ୟ କହିଛନ୍ତି ଯେ ଆବେଦନକାରୀମାନେ ପ୍ରତ୍ୟେକ ଦିନ ୭ ଟା ସମୟରେ ସେମାନଙ୍କର ସ୍ଲଟ୍‌ ବୁକ୍‌ କରିବାର ସୁଯୋଗ ପାଇବେ । କେବଳ ବିଦ୍ୟମାନ ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀମାନେ ଡିଏଲ ଦକ୍ଷତା ପରୀକ୍ଷା ପାଇଁ ସ୍ଲଟ୍‌ ବୁକ୍‌ କରିପାରିବେ । ନୂଆ ଡିଏଲ ଆବେଦନ ପାଇଁ ଏବେ ଅନୁମତି ଦିଆଯିବନାହିଁ । ଡିଏଲ ସ୍କିଲ୍‌ ପରୀକ୍ଷା ଜୁନ୍‌ ୨୨ରୁ ଆରମ୍ଭ ହେବ ।

Show More

Related Articles

Back to top button