
ଏଥିପାଇଁ ପିସିସି ସୋସିଆଲ୍ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ସୋସିଆଲ୍ ମିଡିଆ କମିଟିର ୪ ଜଣ ସାଧାରଣ ସମ୍ପାଦକ ଓ ୪ ଜଣ ସମ୍ପାଦକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।ଦଳ ପକ୍ଷରୁ ଜାରି ପ୍ରେସ୍ ବିବୃତି ଅନୁଯାୟୀ, ବାଲେଶ୍ବର ନିର୍ବାଚନ ମଣ୍ଡଳୀ ପାଇଁ ସାଧାରଣ ସମ୍ପାଦକ ଚେତନ ମିଶ୍ର, ସମ୍ପାଦକ ରଞ୍ଜିତ ପଣ୍ଡା ସଦସ୍ୟ ରହିଥିବାବେଳେ ଏମାନଙ୍କୁ ସହଯୋଗ କରିବା ପାଇଁ ଗୌତମ ସାହୁ, ନବ ପ୍ରସାଦ ଭୂୟାଁ ଓ ରେହାନ୍ ଖାଁଙ୍କୁ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି।
ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ସୋସିଆଲ୍ ମିଡିଆ କମିଟି ସାଧାରଣ ସମ୍ପାଦକ ସମ୍ବିତ୍ ଶ୍ରୀଚନ୍ଦନ, ଶୈଳେନ୍ଦୁ ଦାଶଙ୍କୁ ଦାୟିତ୍ବ ଦିଆଯାଇଛି। କମିଟି ସଦସ୍ୟଙ୍କୁ ସହଯୋଗ କରିବା ପାଇଁ ବିକି ଶର୍ମା, ଓ ସନ୍ତୋଷୀ ପ୍ରସାଦ ଶତପଥୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।