Breaking PLUSଓଡ଼ିଶାରାଜନୀତି

ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ମତଦାନ। ମୋଟ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହେଲେ ଦିଆଯାଉଥିବା ଅନୁକମ୍ପା ରାଶିକୁ କମିଶନ ବଢ଼ାଇ ଦେଇଛନ୍ତି।

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ମତଦାନ। ମୋଟ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହେଲେ ଦିଆଯାଉଥିବା ଅନୁକମ୍ପା ରାଶିକୁ କମିଶନ ବଢ଼ାଇ ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନ କରିଥିବା ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ ଅସାମାଜିକ ତତ୍ତ୍ୱ ବା ଚରମପନ୍ଥୀଙ୍କ ଦ୍ୱାରା ସଂଘଠିତ ହିଂସାକାଣ୍ଡ, ବୋମା ବିସ୍ଫୋରଣ ଓ ସଶସ୍ତ୍ର ଆକ୍ରମଣରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରଶି ପ୍ରଦାନ କରାଯିବ। ସେହିଭଳି ନିର୍ବାଚନ ଡ୍ୟୁଟିରେ ଥାଇ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ।
ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣା ଯୋଗୁଁ ବା ଅନ୍ୟ କୌଣସି କାରଣରୁ ଭିନ୍ନକ୍ଷମ ହୋଇଗଲେ ତାଙ୍କୁ ସାଢ଼େ ୭ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ସେହିପରି ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣାଗ୍ରସ୍ତ ହୋଇ ବା ଅନ୍ୟ କୌଣସି କାରଣରୁ ଗୁରୁତର ଆହତ ହେଲେ ତାଙ୍କୁ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯିବ।
ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି ସରକାରୀ କର୍ମଚାରୀଙ୍କର କରୋନାରେ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ନିର୍ବାଚନ ଡ୍ୟୁଟି ସମୟରେ କୌଣସି କର୍ମଚାରୀ କରୋନାରେ ଆକ୍ରାନ୍ତ ହେଲେ ତାଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ। ଏହି ସବୁ ବ୍ୟବସ୍ଥା ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହେଉଥିବା ଉଭୟ ସରକାରୀ ଓ ବେସରକାରୀ ଗାଡ଼ି ଡ୍ରାଇଭର ମାନଙ୍କ କ୍ଷେତ୍ରରେ ବି ଲାଗୁ ହେବ।

Show More

Related Articles

Back to top button