ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଡାଇରିଆ ସମୟରେ କଦଳୀର ଭୂମିକା

ଡାଇରିଆ କିମ୍ବା ନାଳ ଝାଡା ସହିତ ଯୋଡି ହୋଇଥିବା ସମସ୍ୟା ଗୁଡିକ ଋତୁ ,ଖାଦ୍ୟପେୟ ଇତ୍ୟାଦି ବଦଳିବ ସମୟରେ ଦେଖା ଦେଇଥାଏ l ଏହାର ମୁଖ୍ୟ କାରଣ ହେଲା ଭାଇରସ ଦ୍ୱାରା ଅନ୍ତନଳୀର ସଂକ୍ରମଣ ,ଏହି ସ୍ଥିତିରେ ଆମେ ଅଧିକ ପାଣି ପିଇବା ଆବଶ୍ୟକ l ଡ଼ାଇରିଆର ମୁଖ୍ୟ ଲକ୍ଷଣରେ ପାଣି ଭଳି ଝାଡା ,ପେଟ କାଟିବା ଓ ଜର ଇତ୍ୟାଦି ଦେଖା ଦେଇଥାଏ l

ବଜାରରେ ଏହି ଡ଼ାଇରିଆକୁ କାବୁ କରିବା ପାଇଁ ଅନେକ ଔଷଧ ମିଳିଥାଏ ,କିନ୍ତୁ ଘରୋଇ ଉପାୟ ସାହାଯ୍ୟରେ ଡ଼ାଇରିଆକୁ ଠିକ କେଇବା ହିତକର l

ଡାଇରିଆରେ କଦଳୀ କାହିଁକି ଖାଇବା ଆବଶ୍ୟକ –

କଦଳୀରେ ପୋଟାସିୟମର ଉଚ୍ଚମାତ୍ରା ରହିଛି l ବାରମ୍ବାର ଝାଡା ଯିବା ଦ୍ୱାରା ଶରୀରରୁ ଇଲେଟ୍ରୋଲାଇଟ୍ସ କମ ହୋଇଯାଇଥାଏ l ପୋଟାସିୟମ ସେବନ କରିବା ଦ୍ୱାରା ଇଲେଟ୍ରୋଲାଇଟ୍ସ କମି ପୁରା ହୋଇଥାଏ l ଯଦି ଆପଣ କଦଳୀ ଖାଉଛନ୍ତି ,ତେବେ ଏହି ହଳଦିଆ ଫଳଟି ଫାଇବରରେ ଭରପୁର ଅଟେ l ଏହା ମଳକୁ ଉପରକୁ ଉଠିବାକୁ ସାହାଯ୍ୟ କରିଥାଏ ଓ ମଳତ୍ୟାଗ ସମୟରେ ସହଜ ହୋଇଥାଏ l ପେକ୍ଟିଂ ଅନ୍ତରେ ଅତିରିକ୍ତ ତରଳ ପଦାର୍ଥକୁ ଟାଣି ନେଇଥାଏ l ଯାହା ଦ୍ୱାରା ମଳ ପତଳା ନହୋଇ କାଠୁଆ ହୋଇଥାଏ ଓ ଡାଇରିଆ ସମୟରେ ଅଧିକଥର ଝାଡା ଲାଗିବ ବନ୍ଦ ହୋଇଥାଏ l କଦଳୀ ଦୁର୍ବଳତାକୁ ଦୂର କରିଥାଏ l ଆପଣ କଦଳୀକୁ ଦହି ସହିତ ମିଶାଇ ପେଟ ଖରାପ ସମୟରେ ଖାଇ ପାରିବେ l

ଝାଡା ହେବ ସମୟରେ ଆଉ କଣ ଖାଇବେ –

ବଦଳୁଥିବା ଋତୁରେ ଝାଡା ରୋଗ ଏକ ସାଧାରଣ ସମସ୍ୟା ଅଟେ l କିନ୍ତୁ ଆମେ କିଛି ଖାଦ୍ୟ ସାହାଯ୍ୟରେ ଏହି ଝାଡା ଠାରୁ ନିଜକୁ ଦୁରାଇ ରଖି ପାରିବl l ଯଦି ଆପଣଙ୍କର ଝାଡା ଲଗାତାର ୪ ରୁ ୫ ଥର ହେଉଛି ତେବେ ସାଧା ଭାତ ,ସିଝା ଆଳୁ ,ସିଝା କଞ୍ଚା କଦଳୀ ,ସିଝା କନ୍ଦମୂଳ ଇତ୍ୟାଦି ନିଜ ଖାଦ୍ୟରେ ସାମିଲ କରି ପାରିବେ l ଏହି ଖାଦ୍ୟ ଗୁଡିକ ଆପଣଙ୍କ ପାକସ୍ଥଳୀରେ ଭଲ ବ୍ୟାକ୍ଟେରିଆର ବିକାଶ କରିଥାନ୍ତି l ଡାଇରିଆ ସମୟରେ ଶରୀରରୁ ପାଣି କମିବା ଠିକ ନୁହେଁ ,କାରଣ ଏହାଦ୍ୱାରା ଡିହାଇଡ୍ରେସନ ହୋଇ ପରେ l ଡିହାଇଡ୍ରେସନରୁ ଦୁରାଇ ରହିବ ପାଇଁ ଆପଣ ଚିନି ଲୁଣରେ ତିଆରି ପାଣି ,ପଇଡ ପାଣି ,ଡାଳିମ୍ବ ଜୁସ ଇତ୍ୟାଦି ପିଇ ପାରିବେ l

Show More

Related Articles

Back to top button