Breaking PLUSଓଡ଼ିଶାମୁଖ୍ୟ ଖବର

ମାଆ ସମଲେଶ୍ୱରୀଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର- ପବିତ୍ର ହୋଲି ଅବସରରେ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ହୋଲି ପର୍ବର ଶୁଭ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବାର ଅତ୍ୟନ୍ତ ସୌଭାଗ୍ୟ ଲାଭ କଲି । ଦେଶର ପ୍ରମୁଖ ଧାର୍ମିକ, ସାଂସ୍କୃତିକ ଓ ସାରସ୍ୱତ ପୀଠ ସମ୍ବଲପୁର । ପ୍ରଜାତନ୍ତ୍ରର ପୂଜାରୀ ଭାବେ ମା’ ସମଲେଶ୍ୱରୀଙ୍କ ଭୂମି ସମ୍ବଲପୁରକୁ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ମିଳିବା ମୋ ପାଇଁ ବହୁତ ସୌଭାଗ୍ୟର ବିଷୟ । ଯୁବାବସ୍ଥାରୁ ମା’ଙ୍କ କୃପା ସଦାବେଳେ ମୋ ଉପରେ ରହିଆସିଛି । ସମ୍ବଲପୁରବାସୀଙ୍କ ସେବା କରିବା ପାଇଁ ଅଧିକ ଶକ୍ତି ପ୍ରଦାନ କରିବା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କଲି । ମା’ ସମଲେଇଙ୍କ ଆଶୀର୍ବାଦରୁ ଦେଶ ଆହୁରି ଶକ୍ତିଶାଳୀ ହେଉ, ଓଡ଼ିଶା ବିକାଶର ଚରମ ସୀମାକୁ ଯାଉ ଏବଂ ସମ୍ବଲପୁର ଜିଲ୍ଲା ଏ ଦିଗରେ ଅଗ୍ରଣୀ ଭୂମିକା କରୁ, ଏହା ହିଁ କାମନା । ଜୟ ମା’ ସମଲେଇ ।

Show More

Related Articles

Back to top button