Breaking PLUSଓଡ଼ିଶାମୁଖ୍ୟ ଖବର

ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦୁର୍ଗାପୂୂଜାରେ ମୂର୍ତ୍ତି ଉଚ୍ଚତା ବିବାଦ, ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ରାଜ୍ୟ ସରକାର ୪ ଫୁଟ୍ ଭିତରେ ମୂର୍ତ୍ତିର ଉଚ୍ଚତା ରଖିବାକୁୁ କଟକଣା ଜାରି କରିଥିବାବେଳେ କଟକ ସହରର ପୂଜା କମିଟି କିନ୍ତୁ ଏହି କଟକଣାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଯାହାକୁ ନେଇ ପୂଜା କମିଟି ଏବଂ ପ୍ରଶାସନ ଭିତରେ ଏବେ ବିବାଦ ଜୋର୍ ଧରିଛି । ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟୁଇଟ୍ କରି ଲେଖିଛନ୍ତି , ଓଡିଶାର ଐତିହାସିକ ସହର କଟକରେ ପୂଜା ପାର୍ବଣର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ହେଲେ କିଛି ଦିନ ପୂର୍ବରୁ ଦୁର୍ଗା ପୂଜା ପାଳନ ନେଇ ଏକ ବିବାଦ ମୁଣ୍ଡ ଟେକିଛି । ମୂର୍ତ୍ତିର ଉଚ୍ଚତା ଓ ପୂଜାର ରୀତିନୀତି ନେଇ ଚର୍ଚ୍ଚା, ଆଲୋଚନା ଜାରି ରହିଛି । ତେଣୁ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇ ଏହି ପ୍ରସଙ୍ଗରେ ପୁନର୍ବାର ଆଲୋଚନା କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ରଖିଥିବା ଟୁଇଟ୍ କରିଛନ୍ତି ।

ଖାଲି ସେତିକି ନୁହେଁ, କୋଭିଡ ମହାମାରୀର ପ୍ରକୋପ କିଛି ମାତ୍ରାରେ କମିଛି । କୋଭିଡ୍ ନିୟମକୁ ପାଳନ କରି କିଭଳି କଟକରେ ମାଆଙ୍କ ପୂଜାର୍ଚ୍ଚନା ହୋଇପାରିବ, ତାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସୂଚନାଯୋଗ୍ୟ ଯେ, ସଂକ୍ରମଣ ଭୟରେ ରାଜ୍ୟ ସରକାର ଚଳିତ ବର୍ଷ ପାର୍ବଣ ଋତୁ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି । ଯେଉଁଥିରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ଭିତରେ ରହିବ ବୋଲି ସ୍ଥିର ହୋଇଛି । ହେଲେ ଏହାକୁ କଟକ ସହରର ପୂଜା କମିଟି ବିରୋଧ କରିଛନ୍ତି । ମୂର୍ତ୍ତିର ଉଚ୍ଚତା ବଢାଇବା ସହ କଟକଣା କୋହଳ କରିବାକୁ ସେମାନେ ଦାବି କରିଛନ୍ତି ।

Show More

Related Articles

Back to top button