Breaking PLUSଓଡ଼ିଶାମୁଖ୍ୟ ଖବର

ଲଘୁଚାପ ଜନିତ ପ୍ରବଳ ବର୍ଷାରେ ବେହାଲ ସାରା ରାଜ୍ୟ

ଏନେଇ ସବୁ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଲେ ଏସଆରସି

ଲଘୁଚାପ ଜନିତ ପ୍ରବଳ ବର୍ଷା ନେଇ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଲେ ଏସଆରସି ପ୍ରଦୀପ ଜେନା । ଦୁଇ ଦିନ ଧରି ଚାଲିଥିବା ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ । କିଛି ସ୍ଥାନରେ ଏହା ରେକର୍ଡ ମଧ୍ୟ ଭାଙ୍ଗିଛି । ରାଜ୍ୟର ୧୦ଟି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି ।

କେବଳ ନବରଙ୍ଗପୁର ଜିଲ୍ଲାକୁ ଛାଡି ବାକି ସବୁ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି । ସବୁଠୁ ଅଧିକ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁରରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ଦୃଷ୍ଟିରୁ ସତର୍କ ସୂଚନା ଜାରି କରିଛନ୍ତି ଏସ୍ଆରସି ପ୍ରଦୀପ ଜେନା । ସବୁ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠି ପାଣି ଜମିଛି, ସେଠି ଚାଷ କେତେ କ୍ଷୟକ୍ଷତି ହୋଇଛି ତା ଉପରେ ନଜର ରଖି ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍ଆରସି ସୂଚନା ଦେଇଛନ୍ତି ।

ସେପଟେ ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ହୀରାକୁଦ ଡ୍ୟାମର ୬ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ପର୍ଯ୍ୟାକ୍ରମେ ଏହି ଗେଟ୍‌ଗୁଡ଼ିକୁ ଖୋଲାଯିବ । ଗେଟ୍ ଖୋଲାଗଲେ ବି ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ ସାମଲ କହିଛନ୍ତି । ସେହିପରି ଅନ୍ୟ ନଦୀମାନଙ୍କରେ ମଧ୍ୟ ବନ୍ୟା ଆଶଙ୍କା ନାହିଁ । ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ବି କେନ୍ଦୁଝରରେ ବର୍ଷା ନଥିବାରୁ ବନ୍ୟା ଆଶଙ୍କା ନାହିଁ ବୋଲି ସେ କହିଛନ୍ତି ।

 

Show More

Related Articles

Back to top button