ଓଡ଼ିଶା

ଧବଳେଶ୍ଵରଙ୍କ ପୀଠରେ ଲାଗିବ ୧୪୪ ଧାରା

ସୋମବାର ଭୋର ୪ରୁ ରାତି ୧୦ଟା ଯାଏଁ ରହିବ କଟକଣା

ଆଠଗଡ଼ ଶୈବପୀଠରେ ଲାଗିବ ୧୪୪ ଧାରା । ଆସନ୍ତାକାଲି କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର। ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ଏଭଳି କଟକଣା ଜାରି କରାଯାଇଛି। ସୋମବାର ଭୋର ୪ଟାରୁ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଖବର ଅନୁଯାୟୀ, କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ହେଲେ ଏବେ ଯାଏଁ ସଂପୂର୍ଣ୍ଣ ଭାବେ କରୋନା ଲୋପ ପାଇନାହିଁ ।

ତେଣୁ ରାଜ୍ୟ ସରକାର ପର୍ବ ପର୍ବଣୀ ଉପରେ କିଛିଟା କଟକଣା ଜାରି କରିଛନ୍ତି । ତେବେ ଆସନ୍ତାକାଲି କାର୍ତ୍ତିକ ମାସର ୨ୟ ସୋମବାର । ଏହାକୁ ଦୃଷ୍ଟିରେ ରଖି କିଛିଟା ପଦକ୍ଷେପ ନେଇଛନ୍ତି ପ୍ରଶାସନ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ହବିଶ୍ୟାଳୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବାବା ଧବେଳଶ୍ୱର ପୀଠକୁ ନଆସିବାକୁ ବାରଣ କରାଯାଇଛି । ଏପରିକି ଭିଡ଼ ଏଡାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି ଭୋର ୪ଟାରୁ ରାତି ୧୦ ଯାଏଁ ୧୪୪ ଧାରା ଜାରି ରହିବ । ଏନେଇ ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏନେଇ ସୂଚନା ଦେଇଛନ୍ତି।

Show More

Related Articles

Back to top button