Breaking PLUSଓଡ଼ିଶାମୁଖ୍ୟ ଖବର

ଦିନିକିଆ ପଶ୍ଚିମ ଓଡ଼ିଶା ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ

ପଶ୍ଚିମ ଓଡ଼ିଶାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବିଶେଷ କରି ଛଡ଼ିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲାରେ ଦୈନିକ ସଂକ୍ରମଣ ବଢୁଛି । ସୀମାନ୍ତବର୍ତ୍ତୀ ୩ଟି ଜିଲ୍ଲା ଗସ୍ତରେ ଯାଇ କୋଭିଡ୍ ଏନଫୋର୍ସମେଣ୍ଟ ସ୍ଥିତିର ସମୀକ୍ଷା କରିବେ ପୋଲିସ ଡିଜି ଅଭୟ

ପଶ୍ଚିମ ଓଡ଼ିଶାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବିଶେଷ କରି ଛଡ଼ିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲାରେ ଦୈନିକ ସଂକ୍ରମଣ ବଢୁଛି । ସୀମାନ୍ତବର୍ତ୍ତୀ ୩ଟି ଜିଲ୍ଲା ଗସ୍ତରେ ଯାଇ କୋଭିଡ୍ ଏନଫୋର୍ସମେଣ୍ଟ ସ୍ଥିତିର ସମୀକ୍ଷା କରିବେ ପୋଲିସ ଡିଜି ଅଭୟ । ସେ ରାଉରକେଲା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ୱଲପୁର ଜିଲ୍ଲାରେ କୋଭିଡ୍ ମୁକାବିଲା ଓ ପରିଚାଳାନରେ ପୋଲିସ କାର୍ଯ୍ୟର ସମୀକ୍ଷା କରିବେ । ତାଙ୍କ ସହ ଆଇନ ଶୃଙ୍ଖଳା ଏଡିଜି ବି ଉପସ୍ଥିତ ରହିବେ ।

ଏହି ତିନିଟି ଯାକ ଜିଲ୍ଲା ପଡ଼ୋଶୀ ଛଡ଼ିଶଗଡ଼କୁ ଲାଗିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ୱଲପୁରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସୀମାରେ କିଭଳି ଯାଞ୍ଚ କରାଯାଉଛି ? ଏନଫୋର୍ସମେଣ୍ଟକୁ କିଭଲି କଡ଼ାକଡ଼ି କରିଛି ପୋଲିସ ? ଆଉ କଣ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ? ସେନେଇ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ ପୋଲିସ ଡିଜି ।

Show More

Related Articles

Back to top button