Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୫ ତାରିଖରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର

ଗତ କିଛିଦିନ ହେବ ଯାହା ଆଶଙ୍କା କରାଯାଉଥିଲା ସେଇଆ ହେଲା। କରୋନା ଦ୍ୱିତୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତା ୫ ତାରିଖରୁ(ବୁଧବାର) ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି ।

ଗତ କିଛିଦିନ ହେବ ଯାହା ଆଶଙ୍କା କରାଯାଉଥିଲା ସେଇଆ ହେଲା। କରୋନା ଦ୍ୱିତୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତା ୫ ତାରିଖରୁ(ବୁଧବାର) ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି । ୧୯ ତାରିଖ ସକାଳ ଯାଏ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ଲୋକ ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଦି କିଣି ପାରିବେ । ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ । ଅଯଥାରେ ଘରୁ ବାହାରିବାକୁ ମନା କରାଯାଇଛି ।

Show More

Related Articles

Back to top button