ଆଇନ କାନୁନଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣ

ଶ୍ରୀମନ୍ଦିର ପ୍ରବେଶ ଅନୁମତି ନଥିବା ଯୋଗୁଁ ବ୍ୟାରିକେଟ ଠେଲି ଧସେଇ ପଶିଲେ ଭକ୍ତ

ଭିଡ ନିୟନ୍ତ୍ରଣ କରିପାରିଲାନି ପୋଲିସ

ପୁରୀ : ଆଜି ଦୋଳପୂର୍ଣ୍ଣିମା ହୋଇଥିବାରୁ ପୁରୀ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି  ଖୁବ ଧୁମଧାମରେ ଅନୁଷ୍ଠିତ ହୋଇଥାଏ । ଆଜି ମହାପ୍ରଭୁଙ୍କ ସୁନାବେଶ ହୋଇଥାଏ । ଯାହାକୁ ଦର୍ଶନ କରିବା ନିମନ୍ତେ ବଡଦାଣ୍ଡରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳେ ।

ଆଜି ଶ୍ରୀମନ୍ଦିର ମଧ୍ୟକୁ ଭକ୍ତଙ୍କ ପ୍ରବେଶ ଅନୁମତି ନଥିବା ଯୋଗୁଁ ସିଂହ ଦ୍ୱାର ବ୍ୟାରିକେଟ ଠେଲି ଧସେଇ ପଶିଥିଲେ ଭକ୍ତ । ଠେଲା ପେଲା ଯୋଗୁଁ ଦଳଚକଟା ପରିସ୍ଥିତି ଉପୁଜିଥିଲା । ଭକ୍ତମାନେ ଧସେଇ ପଶିବା ସମୟରେ କିଛି ଜଣ ଆହତ ହୋଇଥିବାର ସୂଚନା ମଧ୍ୟ ମିଳିଥିଲା । ଫଳରେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ହେଲା ଯେ ଭିଡ ନିୟନ୍ତ୍ରଣ କରିପାରିଲାନି ପୋଲିସ ।

 

 

Show More

Related Articles

Back to top button