Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଡେରାଡୁନକୁ ଡରାଉଛି ବିପର୍ଯ୍ୟୟ

ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ମାଟିତଳୁ ମୃତଦେହ ଉଦ୍ଧାର

ଡେରାଡୁନ: ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରତିଦିନ କେଉଁଠି ନା କେଉଁଠି ଭୂସ୍ଖଳନ ଯୋଗୁ ଧନଜୀବନ ହାନି ଘଟୁଛି । ଟିହରି ଜିଲ୍ଲାର ଚମ୍ବା ଟ୍ୟାକ୍ସି ପାର୍କିଂ ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ମାଟି ତଳୁ ପୁଣି ଏକ ମୃତଦେହ ଉଦ୍ଧାର କରାଯାଇଛି । ଏହାପୂର୍ବରୁ 4ଜଣଙ୍କର ମୃତଦେହ ଜବତ ହୋଇଥିଲା । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ଏସଡିଆରଏଫ ରେସକ୍ୟୁ ଟିମ୍‌ର ଅଧିକାରୀ ରାକେଶ ରାୱତ ।
ଉଦ୍ଧାରକାରୀ ଟିମର ସୂଚନା ଅନୁସାରେ ଆଜି ରୁକୁମ୍ ସିଂଙ୍କ ପୁଅ ସୋହନ ସିଂ ରାୱତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଥୋଲଧାର ବ୍ଳକର କିରଗଣି ଗାଁର ବାସିନ୍ଦା ଅଟନ୍ତି ସୋହନ । ସୋମବାର ଦ୍ୱିପ୍ରହର ଗୋଟାଏ ସମୟରେ ଭୂସ୍ଖଳନ ଯୋଗୁ ଏକ ସ୍ୱିଫ୍ଟ କାର ମାଟି ତଳେ ପୋତି ହୋଇଯାଇଥିଲା । ଏହାପରେ ଉଦ୍ଧାର କାର୍ଯ୍ୟ କରାଯାଇ ମାଟି ତଳୁ 4ଟି ମୃତଦେହ ଉଦ୍ଧାର କରାଯାଇଥିଲା ।

Show More

Related Articles

Back to top button