Breaking PLUSଜୀବନଚର୍ଯ୍ୟାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଡେଙ୍ଗୁ ଆତଙ୍କ ବଢ଼ିବାରେ ଲାଗିଛି। ଜୁନ ମାସରେ କେବଳ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନେକ ଡେଙ୍ଗୁ ରୋଗୀ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବଢ଼ୁଥିବା ଡେଙ୍ଗୁକୁ ଦେଖି ବିଏମ୍‌ସି କମିଶନର ବିଜୟ ଅମୃତା କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଏଣିକି ଭୁବନେଶ୍ୱରରେ ସପ୍ତାହକୁ ଦୁଇଦିନ ଡ୍ରାଇ ଡେ’ ପାଳନ ହେବ । ଡ୍ରାଇ ଡେ’ ଅର୍ଥାତ ଅଫିସ ହେଉ କିମ୍ବା ଘରେ ସମ୍ଭାବ୍ୟ ମଶା ବଂଶ ବୃଦ୍ଧି ସ୍ଥାନ ଗୁଡ଼ିକୁ ସଫା କରାଯିବ। ଗୁରୁବାର ଓ ରବିବାର ଏହି ଡ୍ରାଇ ଡେ’ ହେବ । ଡେଙ୍ଗୁ ରୋକିବା ପାଇଁ ସର୍ଭେ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯିବ । ପ୍ରତି ୱାର୍ଡରେ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଗୋଷ୍ଠୀଙ୍କୁ ନେଇ ଗଠନ ହେବ ଏକ ଗ୍ରୁପ ।

Show More

Related Articles

Back to top button