ଦେଶ ବିଦେଶମୁଖ୍ୟ ଖବର

ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ

ସବୁଠାରୁ ପ୍ରଦୂଷିତ ୫୦ ସହର ମଧ୍ୟରୁ ଭାରତର ୩୫ଟି ସହର

ଦୁନିଆର ସବୁଠାରୁ ପ୍ରଦୂଷିତ ୫୦ ସହର ମଧ୍ୟରୁ ୩୫ ସହର ଭାରତରେ ରହିଛି। ରାଜଧାନୀ ଦିଲ୍ଲୀ ଦୁନିଆର ସବୁଠାରୁ ପ୍ରଦୂଷିତ ରାଜଧାନୀ ତାଲିକାର ଶୀର୍ଷରେ ରହିଛି। ସ୍ୱିସ୍ ସଂଗଠନ ‘ଆଇଇକ୍ୟୁ ଏୟାର’ ଦ୍ୱାରା ପ୍ରସ୍ତୁତ ‘ୱାର୍ଲଡ ଏୟାର କ୍ୱାଲିଟି ରିପୋର୍ଟ ୨୦୨୦’ ରେ ଏହା ଜାରି କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୯ ତୁଳନାରେ ୨୦୨୦ରେ ଦିଲ୍ଲୀର ବାୟୁରେ ସୁଧାର ଆସିଥିଲା। କିନ୍ତୁ ସୁଧାର ସତ୍ତ୍ୱେ ଦିଲ୍ଲୀ ଦୁନିଆର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ୧୦ ନମ୍ବର ଅଛି। କିନ୍ତୁ ରାଜଧାନୀ ସହରମାନଙ୍କ ମଧ୍ୟରେ ଦିଲ୍ଲୀ ଦୁନିଆର ସବୁଠାରୁ ପ୍ରଦୂଷିତ ସହର।ରିପୋର୍ଟରେ କୁହାଯାଇଛି କୋଭିଡ-୧୯ ଲକଡାଉନ ପ୍ରଭାବ ଯୋଗୁଁ ୨୦୨୦ରେ ବାୟୁରେ ଟିକିଏ ସୁଧାର ଆସିଥିଲା। ମଙ୍ଗଳବାର ଦିନ ଏହି ରିପୋର୍ଟ ପ୍ରକାଶ ପାଇଥିଲା। ଭାରତରେ ପ୍ରଦୂଷଣର ମୁଖ୍ୟ କାରଣ ପରିବହନ, ଭୋଜନ ପାଇଁ ଇନ୍ଧନ ବ୍ୟବହାର, ବିଜୁଳି ଉତ୍ପାଦନ, ଉଦ୍ୟୋଗ ବ୍ୟବସାୟ, ଉତ୍ପାଦନ କାର୍ଯ୍ୟ, ଅଳିଆ ଇତ୍ୟାଦି।

ରିପୋର୍ଟ ଅନୁସାରେ ଭାରତରେ ସହରମାନଙ୍କରେ ପିଏମ୨.୫ ପ୍ରଦୂଷଣର ସବୁଠାରୁ ବଡ ଉତ୍ସ ହେଉଛି ପରିବହନ କ୍ଷେତ୍ର।ରିପୋର୍ଟରେ କୁହାଯାଇଛି, ଦୁନିଆର ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ମୁଖ୍ୟତଃ ଭାରତ ଦୃଶ୍ୟମାନ ଏବଂ ବିଶ୍ୱର ସବୁଠାରୁ ପ୍ରଦୂଷିତ ୩୦ ସହର ମଧ୍ୟରେ ୨୨ ସହର କେବଳ ଭାରତର ହିଁ ରହିଛି। ଦିଲ୍ଲୀ ଛଡା ଆହୁରି ୨୧ ସହର ରହିଛି। ସେହି ସହରଗୁଡିକ ହେଲା ଉତ୍ତର ପ୍ରଦେଶର ଗାଜିଆବାଦ, ବୁଲନ୍ଦସହର, ବିସରଖ ଜାଲାଲପୁର, ନୋଏଡା, ଗ୍ରେଟର ନୋଏଡା, କାନପୁର, ଲକ୍ଷ୍ନୌ, ମେରଠ, ଆଗ୍ରା ଏବଂ ମୁଜାଫରନଗର, ରାଜସ୍ଥାନର ଭିବାଡି, ହରିୟାଣାର ଫରିଦାବାଦ, ଜିନ୍ଦ, ହିସାର, ଫତେହାବାଦ, ବନ୍ଧୱାଡି, ଗୁରୁଗ୍ରାମ, ଯମୁନାନଗର, ରୋହତକ, ଧରୁହେଡା ଓ ବିହାର ମୁଜାଫରପୁର।ରିପୋର୍ଟ ଅନୁସାରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ହେଲା ଚୀନର ଶିଂଜୟାଙ୍ଗ। ତାପରେ ଶୀର୍ଷ ୧୦ ସହର ମଧ୍ୟରେ ୯ ସହର ଭାରତରେ ରହିଛି। ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଗାଜିଆବାଦ।

Show More

Related Articles

Back to top button